ୱେବ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ୩ ଦିନିଆ ରିମାଣ୍ଡରେ ନେବ EOW…

add-all

Screenshot-2024-01-06-192722-730x430-1

ଭୁବନେଶ୍ଵର: ବିଲଡରଙ୍କୁ ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ୱେବ୍ ପୋର୍ଟାଲ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ରିମାଣ୍ଡରେ ନେବ EOW । EOW ସୁରଜିତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ EOWକୁ ଅନୁମତି ଦେଇଛନ୍ତି । ସୋମବାରରୁ ବୁଧବାର ପର୍ଯ୍ୟନ୍ତ ସୁରଜିତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ EOW ।

ସାମ୍ବାଦିକ ସୁଜିତ ଧଳ ଇଭୋସ କଂପାନୀ ବିଲଡର କଳିଙ୍ଗ କେଶରୀ ରଥଙ୍କ ଠାରୁ ବିଡିଏର ଆପ୍ରୁଭାଲ ପାଇଁ କୋଟିଏ ଟଙ୍କା ସହ ଦୁଇଟି ଦାମୀ ଗାଡି ନେଇଥିଲେ। ହେଲେ ବହୁ ମାସ ବିତିଯାଇଥିଲେ ମଧ୍ୟ ସୁରଜିତ ତାଙ୍କ କାମ କରାଇଦେଇ ନ ଥିଲେ। ଫଳରେ କଂପାନୀ ତରଫରୁ ତାଙ୍କୁ ଟଙ୍କା ଏବଂ କାର ଦୁଇଟି ଫେରାଇ ଦେବାକୁ କୁହାଯାଇଥିଲା । ହେଲେ ଦୁଇ କାର୍ ଫେରେଇଦେଇଥିଲେ ମଧ୍ୟ ଟଙ୍କା ଫେରାଇ ନଥିଲେ । ଏହାପରେ କଂପାନୀର ମାଲିକ କଳିଙ୍ଗ କୁମାର ରଥ ତାଙ୍କ ବିରୋଧରେ ଇଓଡବ୍ଲୁରେ ମାମାଲ ଋଜୁ କରିଥିଲେ । ଇଓଡବ୍ଲୁର ଏକ ଟିମ ଘଟଣା ସଂପର୍କରେ ତଦନ୍ତ କରିବା ପରେ ଗତକାଲି ତାଙ୍କୁ ଗିରଫ କରାଯାଇଛି ।କଳିଙ୍ଗଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଆଇପିସିର ୪୨୦, ୪୬୭, ୪୬୮, ୪୭୧ ଧାରା ଅନୁସାରେ ସୁରଜିତଙ୍କ ନାଁରେ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ad-week
Leave A Reply

Your email address will not be published.