ଦିଲ୍ଲୀରେ ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ…

IMAGE_1704628383

ପୁଣି ରାଜଧାନୀ ଦିଲ୍ଲୀରେ ଗଣଦୁଷ୍କର୍ମ। ଜଣେ ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଜଣେ ମହିଳା ପ୍ରଲୋଭନ ଦେଖାଇ ଏକ ନିର୍ଜନ ସ୍ଥାନକୁ ନେବା ପରେ ଚାରି ଜଣ ଦୁଷ୍କର୍ମ କରିଛନ୍ତି। ଏଥିରେ ଜଣେ ପୁରୁଷ ଏବଂ ଅନ୍ୟ ତିନି ଜଣ ନାବାଳକ ଅଛନ୍ତି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସର କହିବା ଅନୁସାରେ, ମୁଖ୍ୟ ଅଭିଯୁକ୍ତର ଦିଲ୍ଲୀ ସଦର ବଜାରର ଏକ ଚା ଦୋକାନ ଅଛି। ଅଭିଯୁକ୍ତ ତିନି ନାବାଳକ ତାଙ୍କ ଦୋକାନରେ କାମ କରନ୍ତି। ଜଣେ ମହିଳା ସଫେଇ କର୍ମଚାରୀ ଜାନୁଆରୀ ୧ରେ ତାଙ୍କ ଦୋକାନକୁ ଆସିଥିଲେ। ଚା ଦୋକାନୀ ତାଙ୍କୁ ନୂଆ ବର୍ଷ ସେଲିବ୍ରେସନ ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ତା ପରଦିନ ମହିଳା ଜଣକ, ତାଙ୍କ ସହ କାମ କରୁଥିବା ଜଣେ ୧୨ ବର୍ଷର ସଫେଇ କର୍ମଚାରୀଙ୍କୁ ମିଛ-ସତ କହି, ପ୍ରଲୋଭନ ଦେଖାଇ ଏକ ଅସ୍ଥାୟୀ କୋଠାକୁ ନେଇଥିଲେ।

ସେଠାରେ ଚା ଦୋକାନୀଙ୍କ ସମେତ ଅନ୍ୟ ତିନି ଜଣ ନାବାଳକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏଥିସହ ଏନେଇ ଅନ୍ୟ କାହାକୁ ନ କହିବାକୁ ଧମକ ଦେଇଥିଲେ। ନାବାଳିକା ଜଣକ ତାଙ୍କ ଘରକୁ ଯାଇଥିଲେ ମଧ୍ୟ ଏନେଇ କାହାକୁ କହିନଥିଲେ। ପରଦିନ ଯେତେବେଳେ ସଫେଇ କରିବାକୁ ସଦର ବଜାରକୁ ଆସିଥିଲେ, ସେଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଭେଟିଥିଲେ ଏବଂ ତାଙ୍କୁ ଘଟଣା ବାବଦରେ କହିଥିଲେ।

ସେ ତାଙ୍କ ପରିବାର ଲୋକଙ୍କୁ କହିବା ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ନାବାଳିକାଙ୍କୁ ମିଛ କହି ପରିତ୍ୟକ୍ତ କୋଠାକୁ ନେଇଥିବା ମହିଳା ଅଭିଯୁକ୍ତଙ୍କଠାରୁ ଟଙ୍କା ନେଇଥିବା ପୁଲିସ ସନ୍ଦେହ କରୁଛନ୍ତି। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୁଲିସ। ଏଥିସହ ସମ୍ପୃକ୍ତ ମହିଳାଙ୍କୁ ମଧ୍ୟ ଖୋଜାଖୋଜି କରୁଛି।

ad-week
Leave A Reply

Your email address will not be published.