ମୋଦୀଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇ ମନ୍ତ୍ରୀପଦ ହରାଇଲେ ମାଳଦ୍ବୀପର ୩ ସାଂସଦ…

add-all

rewr

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଜର ପଦ ହରାଇଛନ୍ତି ।  ମାଳଦ୍ୱୀପ ସରକାର ରବିବାର ନିଜର ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ମରିୟମ୍ ଶ୍ୟୁନା, ମାଲସା ଓ ହାସନ ଜିହାନ୍। ଲାକ୍ଷାଦ୍ୱୀପରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ବିରୋଧରେ ଅପମାନଜନକ ଏବଂ ଜାତିବାଦୀ ମନ୍ତବ୍ୟ ଦେଇଥିବାରୁ ଭାରତୀୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମାଲୋଚନା ପରେ ଏହି ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି।

ଏହା ପୂର୍ବରୁ ମାଳଦ୍ବୀପର ଯୁବ ବ୍ୟାପାର ମନ୍ତ୍ରୀ ମରିୟମ ସିଉନା ଏକ୍ସରେ ଲେଖିଥିଲେ ଯେ  ମୋଦୀ ହେଉଛନ୍ତି ଜଣେ ଜୋକର ଓ ଇସ୍ରାଏଲର ଗୋଡ଼ାଣିଆ । ପୁଣି ଭାରତୀୟ ହୋଟେଲ ଗୁଡ଼ିକୁ ଗନ୍ଧବାହାରେ ବୋଲି ସେ ଲେଖିଥିଲେ । ଏହାକୁ ନେଇ ବିବାଦ ହେବା ପରେ ସେ ନିଜର ଟୁଇଟ ଡିଲିଟ କରିଦେଇଥିଲେ । ସେହିପରି ଅନ୍ୟ ଦୁଇ ମନ୍ତ୍ରୀ ବି ଭାରତ ବିରୋଧରେ ବୟାନ ଦେଇଥିଲେ ।

ଏହାକୁ ନେଇ ବଡ଼ ବିବାଦ ହେବା ପରେ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି । ହଜାର ହଜାର ଭାରତୀୟ ମାଳଦ୍ବୀପ ଗସ୍ତକୁ ବାତିଲ କରିଦେଇଛନ୍ତି । ଏହାକୁ ନେଇ ମାଳଦ୍ବୀପ ସରକାରଙ୍କ ଚିନ୍ତା ବଢିଯାଇଛି । ଭାରତ ସହ ସମ୍ପର୍କ ରକ୍ଷା ପାଇଁ ମାଳଦ୍ବୀପ ସରକାର ଏହି ୩ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ad-week
Leave A Reply

Your email address will not be published.