ହମାସକୁ ସଂପୂର୍ଣ୍ଣ ରୂପେ ବିନାଶ ନକଲା ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ଶେଷ ହେବ ନାହିଁ: ନେତନ୍ୟାହୁ…

add-all

netanyahu-750x430

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଘୋଷଣା କରିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ତା’ର ସମସ୍ତ ଲକ୍ଷ୍ୟ ହାସଲ ନ କରିଛି, ସେ ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ସମାପ୍ତ ହେବ ନାହିଁ। ବିଶେଷ କରି, ହମାସକୁ ଯେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ରୂବେ ବିନାଶ ନ କରିଛି ସେ ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ଶେଷ ହେବ ନାହିଁ ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, ‘ତିନି ମାସ ତଳେ ହମାସ ଆମ ବିରୋଧରେ ଭୟଙ୍କର ହତ୍ୟାକାଣ୍ଡ କରିଥିଲା। ମୋ ସରକାର ହାମାସକୁ ନିପାତ କରିବା, ଏବଂ ଆମର ବନ୍ଧକମାନଙ୍କୁ ଫେରାଇ ଆଣିବା ସୁନିଶ୍ଚିତ କରିବାକୁ ଆଇଡିଏଫକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗାଜା ଆଉ ଇସ୍ରାଏଲ ପାଇଁ ବିପଦ ହେବ ନାହିଁ।’

ନେତନ୍ୟାହୁ କହିଛନ୍ତି ଯେ, ଆମେ ସମସ୍ତ ଲକ୍ଷ୍ୟ ହାସଲ ନକରିବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବା ଉଚିତ ନୁହେଁ। ଆମେ ହମାସକୁ କୌଣସି ପ୍ରକାରେ ମୁକ୍ତି ଦେବୁ ନାହିଁ ଏବଂ ଉଭୟ ଦକ୍ଷିଣ ଏବଂ ଉତ୍ତରରେ ସୁରକ୍ଷା ପୁନରୁଦ୍ଧାର ନ କରିବା ପର୍ଯ୍ୟନ୍ତ ଆମେ ଲଢ଼େଇ କରିବୁ। ସେପର୍ଯ୍ୟନ୍ତ ଏବଂ ସେଥିପାଇଁ ସବୁ କିଛିକୁ ବାଦ୍‌ ଦିଆଯିବା ଦରକାର ଏବଂ ନିରପେକ୍ଷ ବିଜୟ ହାସଲ ନ ହେବା ପର୍ଯ୍ୟନ୍ତ ଆମକୁ ଏକଜୁଟ୍‌ ଶକ୍ତି ଜାରି ରଖିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

ad-week
Leave A Reply

Your email address will not be published.