ହାଇଟେକ୍ ଟ୍ରାଜେଡି, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ…

Protest_1704700027-750x430

ଭୁବନେଶ୍ଵର: ହାଇଟେକ୍ ହାଇଡ୍ରାମାକୁ ନେଇ ତାତିଲା କଂଗ୍ରେସ । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ କଲା ଅଣ୍ଡା ମାଡ । ହାଇଟେକ୍ ହସ୍ପିଟାଲ ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଛାତ୍ର ଓ ଯୁବ କଂଗ୍ରେସର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରିବା ସହ ଅଣ୍ଡାମାଡ଼ କରିଛି ଛାତ୍ର ଓ ଯୁବ କଂଗ୍ରେସ । ମୃତକଙ୍କ ପତିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଘୋଷଣା ସହ ହାଇଟେକ୍ ଲାଇସେନ୍ସ ରଦ୍ଦ ଓ ତିରୁପତି ପାଣିଗ୍ରାହୀଙ୍କ ଗିରଫ ଦାବିକୁ ନେଇ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି ।

ଯେତେବେଳେ ସମ ହସ୍ପିଟାଲ ଅଘଟଣ ଘଟିଥିଲା ହସ୍ପିଟାଲ ମାଲିକ ଗିରଫ ହୋଇଥିଲେ । ହାଇଟେକ ମାଲିକ କାହିଁକି ଗିରଫ ହେଉନାହାଁନ୍ତି ବୋଲି ପ୍ରଶ୍ନ କରଛି ଛାତ୍ର କଂଗ୍ରେସ । ବିକ୍ଷୋଭ ସମୟରେ ଛାତ୍ର କଂଗ୍ରେସର କର୍ମୀ ମାନଙ୍କୁ ପୁଲିସ ଅଟକାଇଥିଲା। କିଛି ସମୟ ପାଇଁ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାସହ ଛାତ୍ର କଂଗ୍ରେସ କର୍ମୀମାନେ ହାଇଟେକର ମାଲିକ ତିରୁପତି ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ସେପଟେ କିନ୍ତୁ ହାଇଟେକ୍‌ ବିସ୍ଫୋରଣ ଘଟଣାକୁ ୧୧ ଦିନ ବିତିଥିଲେ ବି ମୃତକଙ୍କ ପରିଚୟକୁ ନେଇ ଏବେ ବି ଅସ୍ପଷ୍ଟ ରହିଛି । ୯୫ ପ୍ରତିଶତ ଗ୍ୟାରେଣ୍ଟି ଦେଇ ଯେଉଁ ଦିଲୀପ ସାମନ୍ତରାୟଙ୍କୁ ଜୀବିତ ବୋଲି ଦର୍ଶାଇଥିଲା ମେଡିକାଲ୍ ହେଲେ ୨୪ ଘଣ୍ଟା ଭିତରେ ସେହି ଦିଲୀପଙ୍କ ମୃତ୍ୟୁ ହୋଇଥିବା କହିବା ପରେ ଏହି ବିବାଦ ବଢ଼ିଛି । ଆଉ ଆଜି ସେହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ କରିଛି ଛାତ୍ର କଂଗ୍ରେସ ।

ad-week
Leave A Reply

Your email address will not be published.