ସଲମାନଙ୍କ ଫାର୍ମ ହାଉସରେ ପଶିବାକୁ ଚେଷ୍ଟା କରି ୨ ଗିରଫ

add-all

IMAGE_1704706410

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ଯେବେ ଠାରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ହତ୍ୟା ଧମକ ମିଳିଛି, ସେବେଠୁ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହାରି ଭିତରେ ତାଙ୍କ ପନଭେଲ ସ୍ଥିତ ଫାର୍ମ ହାଉସକୁ ପଶିବାକୁ କିଛି ସନ୍ଦିଗ୍ଧ ବ୍ୟକ୍ତି ଚେଷ୍ଟା କରିଛନ୍ତି। ଏହି ମାମଲାରେ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନିକଟରୁ ଫେକ୍ ଆଇଡି ମିଳିଛି।

ପୁଲିସ କହିବା ମୁତାବକ, ଜାନୁଆରୀ ୪ ତାରିଖରେ ଏହି ଘଟଣା ଘଟିଥିଲା। ସନ୍ଧ୍ୟା ସମୟରେ ଏହି ଦୁଇ ଅଭିଯୁକ୍ତ ସଲମାନଙ୍କ ଫାର୍ମହାଉସର ତାର ଭାଙ୍ଗି, ଗଛ ପାର୍ଶ୍ୱ ଦେଇ ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସୁରକ୍ଷାକର୍ମୀମାନେ ଏମାନଙ୍କୁ ଅଟକାଇଥିଲେ। ଧରାପଡିବା ପରେ ଏମାନେ ସୁରକ୍ଷାକର୍ମୀଙ୍କୁ ଭୁଲ ପରିଚୟ ଦେଇଥିଲେ। ତେବେ ସନ୍ଦେହ ହେବାରୁ ପୁଲିସ ଖବର ଦିଆଯାଇଥିଲା। ପରେ ପୁଲିସ ଆସି ଏମାନଙ୍କୁ ଗିରଫ କରିଛି।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଅଜେଶ କୁମାର ଓମ୍‌ପ୍ରକାଶ ଗିଲ୍‌ ଓ ଗୁରୁସେବକ ସିଂହ ତେଜାସିଙ୍ଗ ସିଖ୍। ଏମାନେ ନିଜକୁ ସଲମାନ ଖାନ୍‌ଙ୍କ ଫ୍ୟାନ୍‌ ବୋଲି କହୁଛନ୍ତି। ପନଭେଲ ପୁଲିସ ମାମଲାର ତଦନ୍ତ କରୁଛି। ତେବେ ଧରାପଡିଥିବା ଏହି ଦୁଇ ସନ୍ଦିଗ୍ଧଙ୍କ ସମ୍ବନ୍ଧ କେଉଁ ଗ୍ୟାଙ୍ଗ ସହ ରହିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଏମାନଙ୍କ କୌଣସି ସମ୍ବନ୍ଧ ରହିଛି କି ନାହିଁ, ସେ ନେଇଁ ପୁଲିସ ଛାନଭିନ୍‌ ଜାରି ରଖିଛି।

ad-week
Leave A Reply

Your email address will not be published.