ଜେଲ୍‌ରୁ ଆସି ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ସଞ୍ଜୟ ସିଂହ

add-all

IMAGE_1704700532

ଜେଲ୍‌ରୁ ବାହାରକୁ ଆସିଲେ ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ। ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍‌ ନେତା ସଞ୍ଜୟ ସିଂହ ଜେଲ୍‌ରୁ ବାହାରକୁ ଆସିବା ପରେ ପରେ ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଆଜି ପୁଲିସ ଭ୍ୟାନ୍‌ରେ ସିଭିଲ ଲାଇନରେ ପହଞ୍ଚି ସଞ୍ଜୟ ନାମାଙ୍କନ ଦାଖଲ କରିଛନ୍ତି। ସଞ୍ଜୟ ସିଂହଙ୍କ ବ୍ୟତୀତ ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ମଧ୍ୟ ଆମ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଲୀରୁ ଆମ ଆଦମୀ ପାର୍ଟି ତିନି ଜଣ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ସଞ୍ଜୟ ସିଂହ ଓ ଏନ୍‌ଡି ଗୁପ୍ତାଙ୍କୁ ପୁଣି ଥରେ ମଉକା ମିଳିଛି।

ଏହାପୂର୍ବରୁ ଶନିବାର ଦିନ ସଞ୍ଜୟ ସିଂହଙ୍କୁ ବ୍ୟକ୍ତିଗତ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବାକୁ ଦିଲ୍ଲୀ କୋର୍ଟରୁ ଅନୁମତି ମିଳିଥିଲା। ଶୁକ୍ରବାର ଦିନ ଅଦାଲତ ଜେଲ ଅଧୀକ୍ଷକଙ୍କୁ ନିର୍ବାଚନ ସହ ଜଡିତ ଅଣ୍ଡରଟେକିଂ, ନାମାଙ୍କନ ଫର୍ମ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜରେ ଦସ୍ତଖତ କରିବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।ସୂଚନା ମୁତାବକ, ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ଗତ ତିନି ମାସ ହେଲା ଗିରଫ ହୋଇ ଆପ୍‌ ନେତା ସଞ୍ଜୟ ସିଂହ ତିହାଡ ଜେଲରେ ଅଛନ୍ତି। ଗତବର୍ଷ ଅକ୍ଟୋବର ୪ ତାରିଖ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ସଞ୍ଜୟ ସିଂହ ଏକ୍ସାଇଜ୍ ନୀତି ପ୍ରଣୟନ ଏବଂ ଏହାକୁ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି କାରଣରୁ ମଦ ଉତ୍ପାଦନକାରୀ, ହୋଲସେଲର ଏବଂ ଖୁଚୁରା ବ୍ୟବସାୟୀମାନେ ଆର୍ଥିକ ଭାବରେ ଲାଭବାନ ହୋଇଥିବା ଇଡି ଅଭିଯୋଗ କରିଛି।

ad-week
Leave A Reply

Your email address will not be published.