ପୁଣି ତାମିଲନାଡୁରେ ଲଗାଣ ବର୍ଷା; ସ୍କୁଲ୍-କଲେଜ ଛୁଟି

IMAGE_1704689452

ତାମିଲନାଡୁ ପିଛା ଛାଡୁନି ଲଗାଣ ବର୍ଷା। ପୁଣି ଅଦିନରେ ବର୍ଷା ଜାରି ରହିଛି। ଫଳରେ ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ୍-କଲେଜକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି 9ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି।

ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ନାଗାପାଟ୍ଟିନମ୍, କିଲଭେଲୁର ତାଲୁକ, ଭିଲୁପୁରମ, କୁଡାଲୋର, ରାଣୀପେଟ, ଭେଲୋର, ତିରୁଭାନନାମାଲାଇ, ଏବଂ କାଲାକୁରିଚି ରହିଛି। ବର୍ଷାର ପ୍ରଭାବକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲାଗୁଡିକର ଜିଲ୍ଲାପାଳ ସ୍କୁଲ୍-କଲେଜ ଛୁଟି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପାଣିପାଗ ରିପୋର୍ଟ ଅନୁସାରେ, ନାଗାପାଟ୍ଟିନମ୍ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗତକାଲି ରାଜଧାନୀ ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ମଧ୍ୟ ହାଲୁକା ବର୍ଷା ସହ ମେଘୁଆ ପାଗ ରହିଥିଲା। ନୁଙ୍ଗମ୍ବକକ୍କମ ଏବଂ ମୀନାମ୍ବକ୍କମରେ ଯଥାକ୍ରମେ 17.3 ମିମି ଏବଂ 9.4 ମିମି ବର୍ଷା ରେକର୍ଡ କରାଯାଇଛି।

ଆସନ୍ତା ଦୁଇ ଦିନ ଅର୍ଥାତ୍ ଜାନୁଆରୀ 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ (ଆଇଏମଡି)। ଭିଲୁପୁରମ୍, ତିରୁଭାନ୍ନାମାଲାଇ, ରାନିପେଟ୍, ଭେଲୋର ଏବଂ ଦକ୍ଷିଣରେ ରାମନାଥପୁରମ୍, ଟୁଟିକୋରିନ୍ ଏବଂ ତିରୁନେଲଭେଲି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ad-week
Leave A Reply

Your email address will not be published.