ଜାନୁଆରୀ ୨୨ ତାରିଖରେ ଉତ୍ତର ପ୍ରଦେଶର ସମସ୍ତ ସ୍କୁଲ, କଲେଜ ଛୁଟି…

add-all

fwere

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ। ସେଥିପାଇଁ ସେହିଦିନ ଉତ୍ତର ପ୍ରଦେଶରେ ସ୍କୁଲ୍‌, କଲେଜ ସବୁ ବନ୍ଦ ରହିବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି।

ସ୍କୁଲ୍, କଲେଜ ବନ୍ଦ କରିବା ସହିତ ସେହି ଦିନ ଅଯୋଧ୍ୟାରେ ସମସ୍ତ ମଦ ଦୋକାନ ମଧ୍ୟ ବନ୍ଦ ରହିବ। ସେଦିନ ଅଯୋଧ୍ୟାରେ କେହି ମଦ ବିକ୍ରି କରି ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।

ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅବସରରେ ଉତ୍ତର ପ୍ରଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ସଜେଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ ବାଣ ଫୁଟାଇ ଏହି ଉତ୍ସବକୁ ପାଳନ କରିବାକୁ ସେ କହିଛନ୍ତି।

ଅଯୋଧ୍ୟାର ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେଥିପାଇଁ ‘କୁମ୍ଭ ମଡେଲ’ ଆପଣାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟାରେ ଜାନୁଆରୀ ୧୪ ତାରିଖରୁ ସଫେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ୭୦୦୦ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରିବା ପାଇଁ ତାଲିକା ପ୍ରସ୍ତୁତ କରିଛି। ନିମନ୍ତ୍ରଣ ଦେବା କାର୍ଯ୍ୟ ଏବେ ଜାରି ରହିଛି। ଅତିଥିଙ୍କ ମଧ୍ୟରେ ଭିଭିଆଇପି ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଯୋଗ ଦେବେ। ସେହିପରି ଅନେକ ବଲିଉଡ୍ ଷ୍ଟାର, କ୍ରିକେଟର, ଶିଳ୍ପପତି ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ।

ad-week
Leave A Reply

Your email address will not be published.