ଅର୍ପଣ ରଥକୁ ପୂଜା ବେଳେ ଅଘଟଣ, ବୃଦ୍ଧାଙ୍କ ଦେହରେ ଲାଗିଗଲା ନିଆଁ…

Ambulance_1704795217

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ। ସାରା ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରକଳ୍ପ ଳୋକାର୍ପଣ ଉତ୍ସବ ପାଇଁ ଗୁଆ ଓ ଚାଉଳ ସଂଗ୍ରହ କରାଯାଉଛି। ଏହି କ୍ରମରେ ଆଜି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ବଡଭୁଇଁ ପଞ୍ଚାୟତ ରଘୁନାଥପୁର ପାଟଣାରେ ପହ୍ୟ୍ଚି ଥିଲା ଅର୍ପଣ ରଥ। ତେବେ ଏଠାରେ ଘଟିଥିଲା ଅଘଟଣ।

ଜଣେ ବୃଦ୍ଧା ଅର୍ପଣ ରଥକୁ ଗୁଆ ଓ ଚାଉଳ ଦେଇ ପୂଜା କରୁଥିବା ବେଳେ ଦୀପରୁ ତାଙ୍କ ଦେହରେ ଲାଗିଯାଇଥିଲା ନିଆଁ। ତେବେ ତୁରନ୍ତ ତାଙ୍କୁ ନିଆଁ କବଳରୁ ଉଦ୍ଧାର କରାଯାଇଥିଲା। ଏହି ବୃଦ୍ଧାଙ୍କର ନାଁ ନିଶାମଣୀ ସାହୁ। ତାଙ୍କୁ ୭୬ ବର୍ଷ ହୋଇଛି।

ଆମ୍ବୁଲାନ୍ସ ଯୋଗେ ନିଶାମଣୀଙ୍କୁ ଆଠଗଡ ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ad-week
Leave A Reply

Your email address will not be published.