ଅଯୋଧ୍ୟା ଯିବେ ପୁରୀର ୬ ମଠାଧୀଶ…

add-all

2-2-750x430

ପୁରୀ: ଅଯୋଧ୍ୟାରୁ ଆସିଛି ଡାକରା । ଅଯୋଧ୍ୟା ଯିବେ ପୁରୀର ୬ ମଠାଧୀଶ । ଆସନ୍ତା ଜାନୁଆରୀ ୨୨ ତାରିଖ ପୌଷ ଶୁକ୍ଳ ଦ୍ଵାଦଶୀ ତିଥିରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ମହୋତ୍ସବ ପାଇଁ ଜାନୁଆରୀ ୧୯ ତାରିଖରେ ଅଯୋଧ୍ୟା ଯାତ୍ରା କରିବେ ଏହି ମଠାଧୀଶ ମାନେ ।

ବନାରସ ପହଞ୍ଚିବା ପରେ ସେହିଠାରୁ ଭାରତ ସରକାରଙ୍କ ତରଫରୁ ଏମାନଙ୍କୁ  ଅଯୋଧ୍ୟା ନେବାର ସମସ୍ତ ବନ୍ଦୋବସ୍ତ କରାଯିବ। ପୁରୀର ୬ ଟି ମଠ ଯଥା ଉତ୍ତର ପାର୍ଶ୍ଵ ମଠ , ରାଧାବଲ୍ଲଭ ମଠ, ପାପୁଡ଼ିଆ ମଠ, ମହିପ୍ରକାଶ ମଠ, ସୁନ୍ଦର୍ ଦାସ ମଠ, ହାତୀ ଆଖଡ଼ା ମଠ ସମେତ ଓଡ଼ିଶାର ଅନେକ ମଠ ଅଯୋଧ୍ୟାର ଏହି ଭବ୍ୟ ଉତ୍ସବରେ ସାମିଲ୍ ହେବେ। ପୁରୀ ଶ୍ରୀମନ୍ଦିର ଛତିଶାନିଯୋଗ ମହାନାୟକ ମଧ୍ୟ ଏହି ଭବ୍ୟ ଉତ୍ସବରେ ସାମିଲ ହେବେ । ଏ ପରିପେକ୍ଷୀରେ ହିନ୍ଦୁ ଧର୍ମର ରୀତି ଅନୁସାରେ ନିଜକୁ ଶ୍ରୀରାମଙ୍କ ସେବକ ଭାବରେ ଗର୍ବ ଅନୁଭବ କରୁଥିବା କହିଛନ୍ତି ଉତ୍ତରପାର୍ଶ୍ଵ ମଠ ମହନ୍ତ ରାମାନୁଜ ଦାସ । ଶ୍ରୀରାମଙ୍କ ଜନ୍ମୋତ୍ସବ ଦେଖିବା ପାଇଁ ନିମନ୍ତ୍ରିତ ହୋଇ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ଏହି ମଠାଧୀଶ ମାନେ ।

ad-week
Leave A Reply

Your email address will not be published.