ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ ହେଲା; ତୃତୀୟ ବ୍ୟକ୍ତି ଦିଲୀପ ସାମନ୍ତରାୟ

add-all

hit

ଭୁବନେଶ୍ବର: ବହୁ ଚର୍ଚ୍ଚିତ ହାଇଟେକ୍‌ ମେଡିକାଲ କଲେଜ୍‌ ଏବଂ ହସ୍‌ପିଟାଲରେ ଗତବର୍ଷ ଡିସେମ୍ବର ୨୯ ତାରିଖ ଦିନ ଘଟିଥିବା ବିସ୍ଫୋରଣରେ ମୃତ ତୃତୀୟ ବ୍ୟକ୍ତିଙ୍କର ଡିଏନ୍‌ଏ ରିପୋର୍ଟ ଆଜି ଆସିଛି। ଏହି ରିପୋର୍ଟ ଆସିଲା ପରେ ମୃତହେଦ ଦିଲୀପ ନା ଜ୍ୟୋତି ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି। ଡିଏନ୍‌ଏ ରିପୋର୍ଟରେ କୁହାଯାଇଛି ଯେ, ତୃତୀୟ ବ୍ୟକ୍ତିଙ୍କର ନାମ ହେଉଛି ଦିଲୀପ ସାମନ୍ତରାୟ। ତୃତୀୟ ବ୍ୟକ୍ତିଙ୍କର ମୃତଦେହ ଚିହ୍ନଟ କରାଯିବାରେ ଅସୁବିଧା ଦେଖାଯାଇଥିବାରୁ ମେଡିକାଲ କର୍ତ୍ତୃପକ୍ଷ ଓ ପୁଲିସ ଡିଏନ୍‌ଏ ପରୀକ୍ଷା ପାଇଁ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପଠାଇଥିଲା। ଏହି ରିପୋର୍ଟ ଆସବା ପରେ ମୃତଦେହ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ କମିସନରେଟ ପୁଲିସ ପ୍ରକ୍ରିୟା ଆରମ୍ଭ କରିଦେଇଛି।

ଅନ୍ୟପଟରେ ହାଇଟେକ୍‌ ମେଡିକାଲ୍‌ କଲେଜ୍‌ରେ ଏସି ବିସ୍ଫୋରଣ ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିସ୍ଫୋରଣ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ପରେ ସରକାର ନିରବ ରହିବା, ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କରାଯାଇଥିବା ବେଳେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ କ୍ଷୋଭ ଝାଡ଼ିଛି। କାହିଁକି ଓ କାହା ଚାପରେ ହସ୍ପିଟାଲ୍‌ ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କୁ ଗିରଫ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ad-week
Leave A Reply

Your email address will not be published.