ଉସ୍ତାଦ ରଶିଦ ଖାନଙ୍କ ପରଲୋକ…

add-all

IMAGE_1704799931

ସଙ୍ଗୀତ ସମ୍ରାଟ ଉସ୍ତାଦ ରଶିଦ ଖାନଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ କ୍ୟାନସରରେ ପୀଡ଼ିତ ଥିଲେ। କୋଲକାତାର ପିଅରଲେସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ତାଙ୍କ ମୃତଦେହକୁ କୋଲକାତାର ପିସହିବେନକୁ ପଠାଯିବ। ଆଜି ରାତିରେ ସେଠାରେ ତାଙ୍କର ମୃତଦେହ ରହିବ। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ତାଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ରବୀନ୍ଦ୍ର ସଦନରେ ରଖାଯିବ।

ରଶିଦ ଖାନଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି। ୨୦୨୨ ମସିହାରେ ଉସ୍ତାଦ ରଶିଦ ଖାନଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.