ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ, ଆହୁରି ୧୩ଟି ଲାଗିବ

Ayodhya_1704802608

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣାଧୀନ ଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।

ଆଜି ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ପ୍ରଥମ ସୁନା କବାଟ। ରାମ ମନ୍ଦିରରେ ଏପରି ଆହୁରି ୧୩ଟି ସୁନାର କବାଟ ଲାଗିବ। ତିନି ଦିନ ଭିତରେ ଏହି ସବୁ ସୁନାର କବାଟ ଲଗାଯିବ ବୋଲି ଜଣାପଡ଼ିଛି।

ଗତକାଲି ଅଯୋଧ୍ୟାରେ ପହଞ୍ଚିଥିଲା ଧ୍ୱଜଦଣ୍ଡ। ଅହମଦାବାଦ ଗୋଟାରୁ ୭ଟି ଧ୍ୱଜଦଣ୍ଡ ଆସିଛି। ଗୋଟିଏ ଧ୍ୱଜଦଣ୍ଡ ୪୪ ଫୁଟର ହୋଇଥିବା ବେଳେ ବାକି ୬ଟି ଧ୍ୱଜଦଣ୍ଡ ୨୦ ଫୁଟ୍ ଲେଖାଏ ରହିଛି।

୪୪ ଫୁଟର ଧ୍ୱଜଦଣ୍ଡକୁ ଶିଖର ଧ୍ୱଜଦଣ୍ଡ ବୋଲି କୁହାଯାଉଛି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଲାଗିବ ଏହି ଧ୍ୱଜଦଣ୍ଡ। ମୁଖ୍ୟ ମନ୍ଦିରରେ ଲାଗିବାକୁ ଥିବା ଧ୍ୱଜଦଣ୍ଡର ଉଚ୍ଚତା ୪୪ ଫୁଟ୍ ଥିବା ବେଳେ ଏହାର ଓଜନ ୫ ଟନ୍ ରହିଛି।

ad-week
Leave A Reply

Your email address will not be published.