ବ୍ଲାକ୍ ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣ କାରୀକୁ ଧରିଲା ପୋଲିସ…

add-all

image-3-6

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ପୋଲିସ କୁ ପୁଣି ମିଳିଛି ବଡ ସଫଳତା । କଳା ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣକାରୀକୁ ଧରିଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ । କଳା ପଲସର ଗାଡ଼ିରେ ଆସି ସୁନାହାର ସହ ବିଭିନ୍ନ ଛିନ୍‌ତାଇ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଏବଂ ୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଆଦି ବହୁ ସାମଗ୍ରୀ ଜବତ କରିଛନ୍ତି ଭଞ୍ଜପୁର ଥାନା ଅଧିକାରୀ।

ଗିରଫ ଲୁଟେରାମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟର ବରଷୋଳ ଥାନା ଅନ୍ତର୍ଗତ ରାଜେଶ ଶ୍ୟାମଲ, ବହୋରାଗୋଡା ଥାନା ଅନ୍ତର୍ଗତ ଶାସନ ଗ୍ରାମର ସୋମଦତ୍ତ ନାଏକ ଏବଂ ବାରିପଦା ଟାଉନ ଥାନା ଅନ୍ତର୍ଗତ ମଧୁବନ ନିବାସୀ ମହାରାଷ୍ଟ୍ର ଅଞ୍ଚଳର ଆଦିକରା ଓ ବସନ୍ତ ସାରକ ।

ସେହିଭଳି ଅନ୍ୟ ଏକ ଘଟଣାରେ ବାଇକ୍‌ରେ ବେଆଇନ ଚାଲାଣ ହେଉଥିବା ୨୦ ଲିଟର ମୋନୋକୋଫ୍-ପ୍ଲସ (କଫ୍ ସିରପ) କୁ କୁଳିଅଣା ଥାନା ପୋଲିସ ଅଧିକାରିଣୀ ଜବତ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ଵର ଜିଲ୍ଲାର ଔପଦା ଥାନା ଅନ୍ତର୍ଗତ ମାଟିଗଡ଼ଶାସନ (ପ୍ରତାପପୁର) ଗ୍ରାମର ରଜତ କୁମାର କର।

ad-week
Leave A Reply

Your email address will not be published.