ମାରୁତି ଦ୍ୱିତୀୟ ଉତ୍ପାଦନ କାରଖାନା ଗୁଜରାଟରେ ସ୍ଥାପନ କରିବ

add-all

Capture-6-750x430

ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ ଗୁଜୁରାଟରେ ଏହାର ଦ୍ୱିତୀୟ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୩୫,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ସୁଜୁକି ମୋଟର କର୍ପୋରେସନର ସଭାପତି ତୋଶିହିରୋ ସୁଜୁକି ବୁଧବାର କହିଛନ୍ତି। ଗାନ୍ଧିନଗରରେ ଆୟୋଜିତ ଦଶମ ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ୍‌ ସମିଟ୍‌ (ଭିଜିଜିଏସ୍‌)ରେ ଯୋଗଦେଇ ତୋଶିହିରୋ କହିଛନ୍ତି ଯେ ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧୦ ଲକ୍ଷ ୟୁନିଟ୍‌ ରହିବ।

ଗୁଜରାଟରେ ଦ୍ୱିତୀୟ କାର୍‌ କାରଖାନା ନିର୍ମାଣ ପାଇଁ ଆମେ ୩୫,୦୦୦ କୋଟି ଟଙ୍କା ବିନିଯୋଗ କରିବୁ। ଯାହା ବାର୍ଷିକ ଆଉ ଏକ ନିୟୁତ ବା ୧୦ ଲକ୍ଷ ୟୁନିଟ୍‌ ଉତ୍ପାଦନ କରିବ। ଫଳରେ ଗୁଜୁରାଟରେ ବାର୍ଷିକ ଉତ୍ପାଦନ କ୍ଷମତା ୨ ନିୟୁତ ୟୁନିଟ୍‌ ହେବ। ସୁଜୁକି ମୋଟରର ଗୁଜରାଟରେ ଥିବା ପ୍ରଥମ ଉତ୍ପାଦନ କାରଖାନାରୁ ୧ ନିୟୁତ ୟୁନିଟ୍‌ ଉତ୍ପାଦନ ହେଉଛି ଏବଂ ଦ୍ୱିତୀୟ ନୂତନ କାରଖାନାରୁ ମଧ୍ୟ ଆଉ ୧ ନିୟୁତ ୟୁନିଟ୍‌ ଉତ୍ପାଦିତ ହେବ।

ମାରୁତି ସୁଜୁକି ଇଣ୍ଡିଆରେ ସୁଜୁକି ମୋଟରର ପ୍ରାୟ ୫୮ ପ୍ରତିଶତ ଅଂଶଧନ ରହିଛି, ଯାହା ବଜାରରେ ପ୍ରାୟ ୨୮ଟି ଭିନ୍ନ ଭିନ୍ନ ମଡେଲ ସହିତ ମିଳୁଛି। ତେବେ, ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନି ୨୦୩୦-୩୧ ସୁଦ୍ଧା ନିଜ ଉତ୍ପାଦନରେ ଆଉ ୨୦ ଲକ୍ଷ ୟୁନିଟ୍‌ ଉତ୍ପାଦନ କ୍ଷମତା ଯୋଡିବାକୁ ଚାହୁଁଛି।

ମାରୁତି ସୁଜୁକି ବର୍ତ୍ତମାନ ହରିୟାଣା ଏବଂ ଗୁଜରାଟରେ ଥିବା ଏହାର ଦୁଇଟି ଉତ୍ପାଦନ କାରଖାନାରେ ବାର୍ଷିକ ପ୍ରାୟ ୨୨ ଲକ୍ଷ ୟୁନିଟ୍‌ ଉତ୍ପାଦନ କ୍ଷମତା ରହିଛି। ହରିୟାଣାର ଦୁଇଟି ପ୍ଲାଣ୍ଟ ଗୁରୁଗୁଗ୍ରାମ ଓ ମାନେସରରେ ମିଳିତ ଭାବେ ବାର୍ଷିକ ପ୍ରାୟ ୧୫.୫ ଲକ୍ଷ ୟୁନିଟ୍‌ ଉତ୍ପାଦନ କରୁଛି। କମ୍ପାନିର ଏକ ୟୁନିଟ୍‌ ସୁଜୁକି ମୋଟର ଗୁଜରାଟ ମଧ୍ୟ ଗୁଜୁରାଟରେ ବାର୍ଷିକ ୭.୫ ଲକ୍ଷ ୟୁନିଟ୍‌ ଉତ୍ପାଦନ କ୍ଷମତା ସହିତ ଏକ କାରଖାନା ସ୍ଥାପନ କରିଛି।

ad-week
Leave A Reply

Your email address will not be published.