ସରକାରୀ ଘରେ ବିଡିଓଙ୍କ ଝୁଲନ୍ତା ମୃତଦେହ ଠାବ…

add-all

dead

ସିମୁଳିଆ : ସରକାରୀ ଘରୁ ମିଳିଛି ଜଣେ ବିଡିଓଙ୍କ ମୃତଦେହବ। ତାଙ୍କ ନାଁ ବିଶ୍ୱରଞ୍ଜନ ମହାନ୍ତି। ସେ ବାଲେଶ୍ୱର ଜିଲ୍ଲା ସିମୁଳିଆର ବିଡିଓ ଭାବେ ନିଯୁକ୍ତ ହୋଇଥିଲେ। ୫/୬ ମାସ ହେଲା ସେ ସିମୁଳିଆରେ ବିଡିଓ ଭାବେ ନିଯୁକ୍ତି ପାଇଥିଲେ।

ଆଜି ଦିନ ୧୧ଟା ବେଳେ କିଛି ସମୟ ପାଇଁ ଅଫିସ ଯାଇଥିଲେ ବିଶ୍ୱରଞ୍ଜନ ମହାନ୍ତି। ଭିସିରେ ଯୋଗ ନଦେବାରୁ ତାଙ୍କୁ ଖୋଜା ଯାଇଥିଲା। ଏହା ପରେ ଘଟଣା ସାମ୍ନାକୁ ଆସିଥିଲା। ଝୁଲନ୍ତା ଅବସ୍ଥାରେ ତାଙ୍କୁ ତାଙ୍କ ସରକାରୀ ବାସଭବନରେ ଠାବ କରାଯାଇଥିଲା। ବେକରେ ଗାମୁଛା ବାନ୍ଧି ସେ ଝୁଲି ପଡ଼ିଥିବା କୁହାଯାଉଛି। ସ୍ଥାନୀୟ ତହସିଲଦାର ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ୍ ଛାନଭିନ ଆରମ୍ଭ କରିଛି।

ad-week
Leave A Reply

Your email address will not be published.