ଭାରତୀୟ ନିର୍ବାଚନ କମିଶନଙ୍କ ‘ନ୍ୟାଶନାଲ ଆଇକନ’ ପଦରୁ ଓହରିଲେ ପଙ୍କଜ ତ୍ରିପାଠୀ…

add-all

IMAGE_1704976363

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନଙ୍କ ‘ନ୍ୟାଶନାଲ ଆଇକନ’ ପଦରୁ ସ୍ୱେଚ୍ଛାକୃତ ଭାବେ ହଟି ଯାଇଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ। ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ECIଙ୍କ ମୁଖପାତ୍ର ତାଙ୍କ ‘ଏକ୍ସ’ରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ପଙ୍କଜ ତ୍ରିପାଠୀ ତାଙ୍କ ଆଗାମୀ ଫିଲ୍ମରେ ଜଣେ ରାଜନୀତିକ ନେତା ଭୂମିକାରେ ଅଭିନୟ କରୁଥିବା ଯୋଗୁ ହୋଇଥିବା ଚୁକ୍ତି ମୁତାବକ ସ୍ୱେଚ୍ଛାକୃତ ଭାବେ ଭାରତୀୟ ନିର୍ବାଚନ କମିଶନଙ୍କ ‘ନ୍ୟାଶନାଲ ଆଇକନ୍’ ପଦରୁ ଓହରି ଯାଇଛନ୍ତି। ଭୋଟରଙ୍କୁ ସଚେତନ କରିବାରେ ସେ ଯେଉଁ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିଲେ ସେଥିପାଇଁ ECI ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଭାରତୀୟ ନିର୍ବାଚନ କମିଶନଙ୍କ ‘ନ୍ୟାଶନାଲ ଆଇକନ’ ଭାବେ ପଙ୍କଜ ତ୍ରିପାଠୀଙ୍କୁ ୨୦୨୨ ମସିହା ଅକ୍ଟୋବର ମାସରେ ନିଯୁକ୍ତ କରାଯାଇଥିଲା। ଏବେ ସେ ତାଙ୍କର ଆଗାମୀ ଫିଲ୍ମ ‘ମେଁ ଅଟଲ ହୁଁ’ର ପ୍ରୋମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ତିଆରି ହୋଇଛି। ପଙ୍କଜ ତ୍ରିପାଠୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ପଙ୍କଜ ତ୍ରିପାଠୀ କହିଥିଲେ ଯେ ରାଜନୀତି ପ୍ରତି ବି ତାଙ୍କର ଆଗ୍ରହ ରହିଛି। ସେ କହିଥିଲେ, ବିହାରରେ ସମସ୍ତେ ରାଜନେତା। କଲେଜରେ ପଢ଼ିବା ବେଳେ ପଙ୍କଜ ତ୍ରିପାଠୀ ଏବିଭିପି ସହିତ ଜଡ଼ିତ ଥିଲେ। ତେବେ ସେତେବେଳେ ତାଙ୍କର ରାଜନୀତି ପ୍ରତି ରୁଚି ନଥିଲା ବୋଲି କହିଥିଲେ।
‘ମେଁ ଅଟଲ ହୁଁ’ ଜାନୁଆରୀ ୧୯ ତାରିଖରେ ରିଲିଜ୍ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରବି ଯାଦବ।

ad-week
Leave A Reply

Your email address will not be published.