ଉନ୍ନୟନ ମୂଳକ କାମରେ ଅବହେଳା ନେଇ ଇସ୍ତଫା ଦେଲେ ତେଲକୋଇ ବ୍ଲକର ୧୯ ସରପଞ୍ଚ

add-all

tel

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅଧୀନ ଗ୍ରାମପଞ୍ଚାୟତଗୁଡ଼ିକରୁ ଆଜି ୧୯ ଜଣ ସରପଞ୍ଚ ନିଜ ପଦବିରୁ ସାମୁହିକ ଇସ୍ତଫା ଦେଇଛନ୍ତି। ପଞ୍ଚାୟତ ସ୍ତରରେ ଉନ୍ନୟନ ମୂଳକ କାମରେ ସେମାନଙ୍କର କତୃତ୍ୱ ରହୁନଥିବାରୁ ସେମାନେ ଏହି ଭଳି ପଦକ୍ଷେପ ନେଇଛନ୍ତି।
ଶ୍ରୀକ୍ଷେତ୍ରରେ ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖ ଦିନ ଲୋକାର୍ପିତ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଅଧିକ ଲୋକପ୍ରିୟ କରାଯିବା ଉଦ୍ଦେଶ୍ୟରେ ଗତ ୬ ତାରିଖ ଠାରୁ ରାଜ୍ୟବ୍ୟାପି ବୁଲୁଥିବା ଜଗନ୍ନାଥ ଅର୍ପଣ ରଥ ପାଇଁ ସରକାର ଯେଉଁ ଅର୍ଥ ବ୍ୟବସ୍ଥା କରିଛନ୍ତି ସେଥିରେ ଅନିୟମିତତା ହେଉଥିବା ସରପଞ୍ଚମାନେ ଅଭିଯୋଗ ଆଣିଛନ୍ତି। ଏଥିସହିତ ବିଭିନ୍ନ କ୍ଷେତ୍ରରେ ପ୍ରଶାସନ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ସରପଞ୍ଚମାନେ ସାମୁହିକ ଇସ୍ତଫା ଦେଇଛନ୍ତି।

ad-week
Leave A Reply

Your email address will not be published.