ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ…

add-all

rahul-jagaran-english

ଭୁବନେଶ୍ବର : ଓଡ଼ିଶାରେ ୪ ଦିନ ରହିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚନ ଅବସରରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ।
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ଆଜି ଲୋଗୋ ଉନ୍ମୋଚନ କରିଛି ରାଜ୍ୟ କଂଗ୍ରେସ। ଏକ ନମ୍ବର ଜାରି କରିବା ସହ ସେହି ନମ୍ବରରେ ମିସ୍ କଳ୍ ଦେଇ ଏହି ଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ଅପିଲ କରିଛନ୍ତି କଂଗ୍ରେସ ନେତା।
୪ଟି ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡା ଦେଇ ଓଡ଼ିଶାରେ ଏହି ଯାତ୍ରା ହେବ। ଜାନୁୟାରୀ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ।
କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିବାକୁ ନିଷ୍ପତ୍ତି କରିଛନ୍ତି। ୬,୭୧୩ କିଲୋମିଟର ଏହି ଯାତ୍ରା ପରିକ୍ରମା କରିବ। ଏହି ଯାତ୍ରା ମଣିପୁରରୁ ଆରମ୍ଭ କରାଯାଇ ମୁମ୍ବାଇରେ ଏହି ଯାତ୍ରାକୁ ଶେଷ କରାଯିବ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଝାରଖଣ୍ଡ ଦେଇ ଏହି ଯାତ୍ରା ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ।

ad-week
Leave A Reply

Your email address will not be published.