ଯୋଗୀଙ୍କ କଡ଼ା ନିର୍ଦ୍ଦେଶ; ୨୨ରେ ବନ୍ଦ ରହିବ ରାଜ୍ୟର ସବୁ ମଦ ଦୋକାନ…

add-all

374365-liqour-sa

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ହେବ। ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ସରିଛି। ସମଗ୍ର ରାଜ୍ୟରେ ଏବେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏପରି ସ୍ଥିତିରେ ଉକ୍ତ ଦିନ ଅର୍ଥାତ ୨୨ ତାରିଖରେ ଉତ୍ତରପ୍ରଦେଶରେ ମଦ ବିକ୍ରି ବନ୍ଦ ରହିବ । ଉକ୍ତ ଦିନ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି, ଆସନ୍ତା ୨୨ ତାରିଖରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏପରି ଶୁଭ ମୁହୂର୍ତ୍ତରେ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ । ଏନେଇ ସବୁ ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶାନାମା ଜାରି କରାଯାଇଛି। ଏଥିରେ ସାମାନ୍ୟ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଦେଶବିଦେଶରୁ ୬ ହଜାରରୁ ଅଧିକ ଅତିଥି ଯୋଗ ଦେବେ। ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବଳ ମୁତୟନ କରାଯାଇଛି। ପ୍ରତି ଗଳି, ଛକ ଉପରେ ନଜର ରଖିବାକୁ କେବଳ ଅଯୋଧ୍ୟାରେ ୧୦ ହଜାର ସିସିଟିଭି ଲଗା ଯାଇଛି। ଅଯୋଧ୍ୟାକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱକୁ ସଫା କରି ଦିଆଯାଇଥିବା ବେଳେ ମଝିରେ ମଝିରେ ଆମ୍ବୁଲାନ୍ସ ଛିଡ଼ା କରାଯାଇଛି।

ad-week
Leave A Reply

Your email address will not be published.