ସନ୍ତାନ ପ୍ରସବ କଲା ୯ମ ଶ୍ରେଣୀ ବାଳିକା; ନିଲମ୍ବିତ ହେଲେ ହଷ୍ଟେଲ୍‌ ୱାର୍ଡେନ୍‌

add-all

bps

ଚିକ୍କବଲ୍ଲାପୁର: ଜଣେ ୯ମ ଶ୍ରେଣୀ ଛାତ୍ରୀ ଡାକ୍ତରଖାନାରେ ସନ୍ତାନ ପ୍ରସବ କରିବା ପରେ କର୍ଣ୍ଣାଟକର ଚିକ୍କବଲ୍ଲାପୁରରେ ଜଣେ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କୁ ନିଲମ୍ବନ କରାଯାଇଛି ବୋଲି ପୁଲିସ କହିଛି।

ଏହି ଘଟଣାରେ ପୁଲିସ ‘ପୋକ୍‌ସୋ’ ମାମଲା ମଧ୍ୟ ରୁଜୁ କରିଥିବା କଥା ଜଣାପଡ଼ିଛି।

ତଦନ୍ତରୁ ଜଣାପଡ଼ିଛି ଯେ, ‘ସୋସିଆଲ୍‌ ୱେଲ୍‌ଫେୟାର୍‌ ଡିପାର୍ଟମେଣ୍ଟ୍‌ର ହଷ୍ଟେଲ୍‌’ରେ ଯୋଗ ଦେଇଥିବା ସେ ବାଳିକା ସବୁଦିନ ହଷ୍ଟେଲ୍‌ରେ ରହୁ ନ ଥିଲା। ଅଧିକାଂଶ ସମୟରେ ସେ ଜଣେ ଆତ୍ମୀୟଙ୍କ ଘରକୁ ଯାଉଥିଲା।

ଗତବର୍ଷ ଅଗଷ୍ଟ ମାସରେ ତା’ର ଡାକ୍ତରୀ ପରୀକ୍ଷା କରାଯାଇଥିଲା। କିନ୍ତୁ, ସେ ଅନ୍ତଃସତ୍ତ୍ବା ଥିବା କଥା ଜଣାପଡ଼ି ନ ଥିଲା କି, ସେ କଥା କାହାରି ଦୃଷ୍ଟିଗୋଚର ହୋଇ ନ ଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ବର୍ଷେ ତଳେ ୮ମ ଶ୍ରେଣୀରେ ପଢୁଥିବା ବେଳେ ଝିଅଟି ହଷ୍ଟେଲ୍‌ରେ ଯୋଗ ଦେଇଥିଲା। ଜଣେ ୧୦ମ ଶ୍ରେଣୀ ବାଳକ ସହିତ ତା’ର ସମ୍ପର୍କ ଥିଲା। ଉଭୟ ଏକା ସ୍କୁଲ୍‌ରେ ପଢୁଥିଲେ।

କିନ୍ତୁ, ସ୍କୁଲ୍‌ ପାଠ ଶେଷ କରି ସେ ବାଳକ ‘ଟ୍ରାନ୍‌ଫର୍‌ ସାର୍ଟିଫିକେଟ୍‌’ (ଟିସି) ନେଇ ବେଙ୍ଗାଲୁରୁକୁ ଚାଲିଗଲା।

ଘଟଣା ସଂକ୍ରାନ୍ତରେ ବିବୃତି ଦେଇ ତୁମକୁର ‘ସାମାଜିକ ମଙ୍ଗଳ ବିଭାଗ’ର ଯୁଗ୍ମ ନିର୍ଦେଶକ କୃଷ୍ଣାପ୍ପା ଏସ୍‌ କହିଛନ୍ତି, ଦୀର୍ଘ ଦିନ ହେବ ସେ ପିଲା ହଷ୍ଟେଲ୍‌କୁ ଆସୁ ନ ଥିଲା। ତା’ ଘର ବାଗେପଲ୍ଲୀ ନଗରୀର କାଶପୁର ଅଞ୍ଚଳରେ। ପେଟରେ ଯନ୍ତ୍ରଣା ହେଉଥିବା କହି ସେ ଡାକ୍ତରଖାନାକୁ ଯାଇଥିଲା। ସେ ଅନ୍ତଃସତ୍ତ୍ବା ‌ହୋଇଥିବା କଥା ସେତେବେଳେ ଜଣାପଡ଼ିଲା। ଆମେ ଘଟଣାର ତଦନ୍ତ କରୁଛୁ। ସରକାରଙ୍କୁ ରିପୋର୍ଟ ଦେବୁ।

ସେ ବାଳକକୁ ଖୋଜିବା ପାଇଁ ତଲାସ ଚାଲିଥିବା କଥା ପୁଲିସ କହିଛି।

ad-week
Leave A Reply

Your email address will not be published.