ଠକ ଜ୍ୟୋତିଷକୁ ଗିରଫ କଲା ପୁଲିସ, ପୂର୍ବରୁ ରହିଛି ଦୁଷ୍କର୍ମ ଅଭିଯୋଗ

add-all

image-3-7

ଭୁବନେଶ୍ୱର: ପାରିବାରିକ ସମସ୍ୟାର ସମାଧାନ କରିବା ଆଳରେ ଲକ୍ଷାଧିକ ଟଙ୍କା ଠକିଥିବା ଜଣେ ଜ୍ୟୋତିଷକୁ ଉଠାଇ ଆଣିଛି କମିସନରେଟ୍‌ ପୁଲିସ। ଗିରଫ ଜ୍ୟୋତିଷ ହେଉଛି ଭଦ୍ରକର ନୀଳାମ୍ବର ପାଣି। ତାକୁ ଉଠାଇ ଆଣିବା ପରେ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୁଲିସ।

ଅଭିଯୋଗ ଅନୁଯାୟୀ, ନୀଳାମ୍ବର ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରେରଣାଦାୟୀ ଭିଡିଓ ପୋଷ୍ଟ କରେ। କେତେବେଳେ ନିଜକୁ ଜ୍ୟୋତିଷ ତ କେତେବେଳେ ଇଞ୍ଜିନିୟର ଭାବେ ପରିଚୟ ଦେଇ ପାରିବାରିକ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଥିଲା। ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ଦେଖିବା ପରେ ଭୁବନେଶ୍ୱରର ଜଣେ ମହିଳା ତାଙ୍କୁ ଯୋଗାଯୋଗ କରି ପାରିବାରିକ ସମସ୍ୟା ଜଣାଇଥିଲେ। ନୀଳାମ୍ବର ତାଙ୍କୁ ଏକ ଘରେ ଦେଖା କରି ପାରିବାରିକ ସମସ୍ୟା ସମାଧାନ ପାଇଁ ବିଭିନ୍ନ ଉପାୟ ଦେଇଥିଲା। ଏଥିଲାଗି ସେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥfଲା।  ‌ଏମିତିକି ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇଛି। ପାରିବାରିକ ସମସ୍ୟାର ସମାଧାନ ନହେବାରୁ ଠକେଇର ଶିକାର ହୋଇଥିବା ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। କେବଳ ଜଣେ ନୁହନ୍ତି ଏକାଧିକ ମହିଳା ନୀଳାମ୍ବର ଦ୍ୱାରା ଠକେଇର ଶିକାର ହୋଇଥିବା ପୁଲିସ ଅନୁମାନ କରୁଛି। ଠକେଇର ଶିକାର ହୋଇଥିବା ଲୋକମାନେ ଥାନାରେ ଅଭିଯୋଗ କରିବାକୁ ପୁଲିସ କହିଛି।

ad-week
Leave A Reply

Your email address will not be published.