ଶ୍ରୀନଅରରେ ଗଜପତିଙ୍କ ଆଚାର୍ଯ୍ୟବରଣ ନୀତି ସମ୍ପନ୍ନ

Puri_1705063481

ପୂରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ କାର୍ଯ୍ୟ ପାଇଁ ଆଚାର୍ଯ୍ୟ ବରଣ ହୋଇଛି। ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଆଚାର୍ଯ୍ୟବରଣ ନୀତି ସମ୍ପନ୍ନ ହୋଇଛି। ଆଚାର୍ଯ୍ୟବରଣ ନୀତି ସମାପନ ପରେ ଗଜପତି ମହାରାଜ କହିଛନ୍ତି, ପ୍ରଶାସନ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଭଲ କାମ। ଜଗନ୍ନାଥ ମହାପ୍ରଭୁ ସବୁ ଅସମ୍ଭବକୁ ସମ୍ଭବ କରିଛନ୍ତି। ଚତୁଃପାର୍ଶ୍ୱରେ କୋଠାବାଡ଼ି ଥିବାରୁ ମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିଲା। ମେଘନାଦ ପାଚେରୀରୁ ୭୫ ମିଟର ଉଚ୍ଛେଦ ହୋଇ ପ୍ରକଳ୍ପ କାମ ହେଲା। ଶ୍ରୀମନ୍ଦିର ସୁରକ୍ଷା ପାଇଁ ପରିକ୍ରମା ପ୍ରକଳ୍ପ ଓ ମନ୍ଦିର ସୁରକ୍ଷା ଏକାନ୍ତ ଜରୁରୀ। ପୂର୍ବରୁ ମେଘନାଦ ପାଚେରୀ କଡ଼ରେ ଅଳିଆ ପଡୁଥିଲା, ଆଉ ପଡ଼ିବନି ବୋଲି ଗଜପତି କହିଛନ୍ତି |

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଚେଲିଛି ବ୍ୟାପକ ପ୍ରସ୍ତୁତି। ଶ୍ରୀସେତୁରୁ ଶ୍ରୀମାର୍ଗ, ଅଠରନଳାଠାରୁ ବଡ଼ଦାଣ୍ଡ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ଆଲୋକିକରଣ ସହ ସଜେଇବାରେ ବ୍ୟସ୍ତ ପ୍ରଶାସନ। ଅନ୍ୟପକ୍ଷରେ ଶ୍ରୀସେତୁର କାର୍ଯ୍ୟ ଶେଷ ହୋଇଥିବା ବେଳେ କେବଳ ପ୍ରବେଶ ପଥର ସ୍ୱାଗତ ତୋରଣ କାମ ବାକି ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଶ୍ରୀମାର୍ଗ ରାସ୍ତା କାମ। ଆସନ୍ତାକାଲି ସୁଦ୍ଧା କାର୍ଯ୍ୟ ଶେଷ ହୋଇଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ad-week
Leave A Reply

Your email address will not be published.