ଗଙ୍ଗାସାଗର ମେଳାକୁ ବାଟ ପଚାରିଲେ ୩ ସାଧୁ, ନିର୍ଧୂମ ପିଟିଲେ ଲୋକେ…

add-all

sadhus_1705117685

ନୂଆଦିଲ୍ଲୀ : ପ୍ରସିଦ୍ଧ ଗଙ୍ଗାସାଗର ମେଳାକୁ ଯାଉଥିଲେ ୩ ସାଧୁ। ମାତ୍ର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ବାଟ ନ ପାଇବାରୁ ୩ ନାବାଳିକାଙ୍କୁ ପଚାରିଲେ ରାସ୍ତା। ଏହାପରେ ଆରମ୍ଭ ହେଲା ମହାଭାରତ ।
ପିଲା ଚୋରି ସନ୍ଦେହରେ ସ୍ଥାନୀୟ ଲୋକେ ସେମାନଙ୍କୁ ନିର୍ଧୂମ ପିଟିବାକୁ ପଛାଇଲେ ନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍‌ ପଚରାଉଚରା କରି ପ୍ରକୃତ ସତ୍ୟ ଜାଣିବା ପରେ ଉକ୍ତ ୩ ସାଧୁଙ୍କୁ ଏକ ଗାଡ଼ି ସାହାଯ୍ୟରେ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଇଛି। ଏପରି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗରେ ଘଟିଛି।
ମକର ସଂକ୍ରାନ୍ତି ଉପଲକ୍ଷେ ପଶ୍ଚିମବଙ୍ଗରେ ଆୟୋଜିତ ହେଉଥିବା ଗଙ୍ଗା ସାଗର ମେଳାରେ ଯୋଗୁ ଦେବାକୁ ସମଗ୍ର ଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସୁଛନ୍ତି। ଏହି ମେଳାରେ ଯୋଗ ଦେବାକୁ ଉତ୍ତରପ୍ରଦେଶରୁ ଜଣେ ସାଧୁ ଓ ତାଙ୍କ ୨ ପୁଅ କୋଲକତା ଆସିଛନ୍ତି।
ମାତ୍ର ମେଳା ସ୍ଥଳକୁ ଯିବା ନିମନ୍ତେ ବାଟ ନ ପାଇବାରୁ ସେମାନେ ୩ ନାବାଳିକାଙ୍କୁ ରାସ୍ତା ପଚାରିଥିଲେ। ଏହାଶୁଣି ନାବାଳିକାମାନଙ୍କର ସନ୍ଦେହ ହେବାରୁ ସେମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଏହା ଜଣାଇଥିଲେ। ଏହାପରେ ବହୁ ସଂଖ୍ୟାରେ ଲୋକେ ଏହି ୩ ସାଧୁଙ୍କୁ ଘେରିଯାଇ ନିର୍ଧୂମ ପିଟିଥିଲେ।
ଘଟଣାସ୍ଥଳରେ ଏତେ ମାତ୍ରାର ଉତ୍ତେଜନା ପ୍ରକାଶ ପାଇଥିଲେ ସ୍ଥାନୀୟ ଲୋକେ ପୁଲିସ୍‌ ଗାଡ଼ିକୁ ଭାଙ୍ଗି ଦେଇଥିଲେ। ଘଟଣା ଅଣାୟତ୍ତ ହେବାରୁ ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସାଧୁମାନଙ୍କୁ ମୁକୁଳାଇ କାଶୀପୁର ପୁଲିସ୍‌ ଷ୍ଟେଶନକୁ ନେଇଥିଲା।
ସାଧୁମାନେ ମେଳାରେ ଯୋଗ ଦେବାକୁ ଆସି ବାଟ ପାଉ ନ ଥିବାରୁ ଠିକଣା ପଚାରିଥିବା ପୁଲିସ୍‌ କହିଛି। ସେମାନେ ପିଲା ଚୋର ନୁହନ୍ତି ବୋଲି ପୁଲିସ୍‌ ସ୍ପଷ୍ଟ କରିଛି। ଏହାପରେ ପୁଲିସ୍‌ ଏକ ଗାଡ଼ି ଠିକ୍‌ କରି ଉକ୍ତ ୩ ସାଧୁଙ୍କୁ ଗଙ୍ଗା ସାଗର ମେଳାକୁ ପଠାଇଥିବା ଜଣାଯାଇଛି।
ଅପରପକ୍ଷେ, ଏପରି ଉତ୍ତେଜନା ସୃଷ୍ଟିକାରୀ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.