ପିଓକେ ବୁଲିଲେ ବ୍ରିଟିଶ ରାଜଦୂତ, ଭାରତର କଡ଼ା ପ୍ରତିକ୍ରିୟା…

GDfD4cHW4AATOsV-750x430

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ବ୍ରିଟିଶ ହାଇକମିଶନର ଜିନ୍ ମେରିୟଟ୍ ଙ୍କ ଗସ୍ତକୁ ଭାରତ ତୀବ୍ର ବିରୋଧ କରି ଏହାକୁ ନିଜର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛି।
୨୦୨୪ ଜାନୁଆରି ୧୦ ତାରିଖରେ ଇସଲାମାବାଦରେ ଥିବା ବ୍ରିଟିଶ ହାଇକମିଶନରଙ୍କ ପାକିସ୍ତାନ ଅଧିକୃତ କଶ୍ମୀର ଗସ୍ତକୁ ଗମ୍ଭୀରତାର ସହ ନିଆଯାଇଛି ବୋଲି ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ଭାରତର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାର ଏଭଳି ଉଲ୍ଲଂଘନ ଗ୍ରହଣୀୟ ନୁହେଁ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ପାକିସ୍ତାନୀ ସମ୍ବାଦପତ୍ର ଦି ଟ୍ରିବ୍ୟୁନର ଏକ ରିପୋର୍ଟ ଅନୁଯାୟୀ, ଭାରତ ଦାବି କରୁଥିବା ଅଞ୍ଚଳ ମିରପୁର ଗସ୍ତକୁ ଯଥାର୍ଥ ଦର୍ଶାଇ ମାରିୟଟ୍ କହିଛନ୍ତି ଯେ ଯେହେତୁ ବ୍ରିଟିଶ ପାକିସ୍ତାନୀ ମୂଳର ୭୦% ମୀରପୁରରୁ ଆସିଛନ୍ତି, ତେଣୁ ପ୍ରବାସୀଙ୍କ ସ୍ୱାର୍ଥ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଗତ ବର୍ଷ ମଧ୍ୟ ଏହିପରି ଏକ ବିବାଦୀୟ ଘଟଣା ଘଟିଥିଲା ଯେତେବେଳେ ପାକିସ୍ତାନରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ମଧ୍ୟ ପିଓକେ ଗସ୍ତରେ ଯାଇଥିଲେ । ଏହାକୁ ନେଇ ବି ଭାରତ ସରକାର କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲା । ସେହିପରି ଆମେରିକୀୟ କଂଗ୍ରେସ ସଦସ୍ୟା ଇଲହାନ ଓମର ବି ପିଓକେ ଗସ୍ତରେ ଯାଇଥିଲେ । ତାହାକୁ ନେଇ ବି ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲା ।

ad-week
Leave A Reply

Your email address will not be published.