ଚାଇନା ବିରୋଧୀ ଲାଇ ଚିଙ୍ଗ ତେ ଜିତିଲେ ତାଇୱାନ ରାଷ୍ଟ୍ରପତି ନିର୍ବାଚନ…

Lai_1705151899

ବେଜିଂ : ଶାସନ ଦଳ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି(ଡିପିପି)ର ନେତା ଲାଇ ଚିଙ୍ଗ ତେ ତାଇୱାନର ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ କରିଛନ୍ତି। ଡିପିପି ଦଳର ଲାଇ ଚିଙ୍ଗଙ୍କୁ ଚାଇନା ବିଚ୍ଛିନ୍ନତାବାଦୀର ଆଖ୍ୟା ଦେଇଥିଲା।
ସେ ସବୁବେଳେ ବେଜିଂର ତାଇୱାନ ଦଖଲ ଉଦ୍ୟମକୁ ବିରୋଧ କରନ୍ତି। ବେଜିଂ ତାଙ୍କୁ ସବୁବେଳେ ବିପଦଜନକ ବିଚ୍ଛିନ୍ନତାବାଦୀ କହି ଆସୁଥିଲା। ହେଲେ ଲାଇ ଚିଙ୍ଗ ରାଷ୍ଟ୍ରପତି ନିର୍ବାଚନ ଜିତି ଚାଇନାର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛନ୍ତି।
ଲାଇ ଚିଙ୍ଗ ବର୍ତ୍ତମାନ ତାଇୱାନର ଉପ ରାଷ୍ଟ୍ରପତି ଅଛନ୍ତି। ଦେଶର ସବୁଠାରୁ ବଡ଼ ବିରୋଧୀ ଦଳ କେଏମଟିର ନେତା ହୋ ୟୁ ଇ ଓ ୨୦୧୯ରେ ଗଠନ ହୋଇଥିବା ତାଇୱାନ ପିପୁଲ୍ସ ପାର୍ଟିର କୋ ୱେନ ଜେ ରାଷ୍ଟ୍ରପତି ନିର୍ବାଚନରେ ତାଇ ଚିଙ୍ଗଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ।
କିନ୍ତୁ ସେ ସମସ୍ତଙ୍କୁ ପଛରେ ପକାଇ ତାଇୱାନ ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ କରିଛନ୍ତି। ଶନିବାର ହୋଇଥିବା ନିର୍ବାଚନ ଚାଇନା ସହ ଯୁଦ୍ଧ ନା ଶାନ୍ତି ପ୍ରତିଷ୍ଠା ନାରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
କେଏମଟି ପାର୍ଟି ଲୋକଙ୍କୁ ସତର୍କ କରାଇଥିଲା ଯେ ଯଦି ଲାଇ ଚିଙ୍ଗ ତେ ବିଜୟୀ ହେବେ, ତା’ହେଲେ ଚାଇନା ସହ ତିକ୍ତତା ସେମିତି ବଢ଼ି ଚାଲିବ। ତାଇୱାନରେ ଅଶାନ୍ତିର ପରିବେଶ ଦେଖାଯିବ। ହେଲେ ଲୋକମାନେ ଚାଇନା ବିରୋଧରେ ଯାଇ ଲାଇ ଚିଙ୍ଗଙ୍କୁ ବାଛିଛନ୍ତି।
ଲାଇ ତାଙ୍କର ପ୍ରଚାର ବେଳେ କହିଥିଲେ ଯେ ସେ ଶାନ୍ତି ପ୍ରତିଷ୍ଠା ସହ ସମଗ୍ର ତାଇୱାନରେ ଜାରି ରହିଥିବା ସ୍ଥିତାବସ୍ଥାରେ କୌଣସି ପ୍ରକାରର ପରିବର୍ତ୍ତନ ହେବ ନାହିଁ। ଦେଶର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବେ। ଚାଇନା ସହ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ ବୋଲି ମଧ୍ୟ ସେ କହିଥିଲା।
ଶନିବାର ନିର୍ବାଚନ ପୂର୍ବରୁ ତାଇୱାନର ଆଭ୍ୟନ୍ତରୀଣ ବ୍ୟାପାରରେ ଚାଇନା ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଥିଲା।

ad-week
Leave A Reply

Your email address will not be published.