କେଜ୍ରିୱାଲଙ୍କୁ ଚତୁର୍ଥ ସମନ ପଠାଇଲା ଇଡି

add-all

arvind-kejriwal.jpg

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ସମନ ପଠାଇଲା ଇଡି। ଦିଲ୍ଲୀ ମଦ ନୀତି ଦୁର୍ନୀତିକୁ ନେଇ ତାଙ୍କୁ ଜାରି ହୋଇଛି ନୋଟିସ । ଜାନୁଆରୀ ୧୮ ତାରିଖ ପୂର୍ବରୁ ହାଜର ହେବା ପାଇଁ ଇଡି ପକ୍ଷରୁ ସମନ ଜାରି କରଯାଇଛି ।
ଇଡି ପକ୍ଷରୁ ଚତୁର୍ଥ ଥର ପାଇଁ କେଜ୍ରିୱାଲଙ୍କୁ ସମନ୍ ଜାରି କରାଯାଇଛି । ମଦ ଦୁର୍ନୀତି ପ୍ରସଙ୍ଗକୁ ପୂର୍ବରୁ ମଧ୍ୟ ତିନିଥର ଇଡି ପକ୍ଷରୁ ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ ଦିଆଯାଇଥିଲା। କିନ୍ତୁ ସେ ହାଜର ହୋଇ ନଥିଲେ ।
ନିର୍ବାଚନୀ ପ୍ରଚାର ନିମନ୍ତେ ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲ ଗୋଆରେ ରହିବେ ବୋଲି ଜଣାଯାଇଛି। ତେବେ ଇଡି ପକ୍ଷରୁ ପଠାଯାଉଥିବା ସମନ୍ ବେଆଇନ୍ । ତାଙ୍କୁ ଗିରଫ କରିବା ପାଇଁ ଇଡି ପକ୍ଷରୁ ଏଭଳି ସମନ୍ କରାଯାଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାବାଦ ଇଡି ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କୁ ଲେଖିଥିବା ପତ୍ରରେ କେଜ୍ରିୱାଲ ଉଲ୍ଲେଖ କରିଛନ୍ତି, ଦିଲ୍ଲୀ ରାଜ୍ୟସଭା ସିଟ୍‌ ନିମନ୍ତେ ଭାରତୀୟ ନିର୍ବାଚନ କମିଶନ ନିର୍ବାଚନ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସନ୍ତା ୧୯ ତାରିଖରେ ଭୋଟ ପଡ଼ିବ । ତେଣୁ ଆପ୍‌ର ମୁଖ୍ୟ ହିସାବରେ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ତାଙ୍କର ମୁଖ୍ୟ କାମ।
ଏହାବାଦ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଆସନ୍ତା ସାଧାରଣତନ୍ତ୍ର ଦିବସ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ତାହାର ତଦାରଖ କରିବା ତାଙ୍କ ଦାୟିତ୍ୱ। ତେଣୁ ସେ ଚତୁର୍ଥ ଥର ବି ଇଡି ସମ୍ମୁଖରେ ହାଜର ହୋଇ ନ ପାରନ୍ତି ବୋଲି ସ୍ପଷ୍ଟ ସୂଚନା ମିଳୁଛି।
ତେବେ ଏହି ଥର ଇଡି ସମ୍ମୁଖରେ ହାଜର ନ ହେଲେ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ି ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏଥର ଇଡି ନ୍ୟାୟାଳୟ ଦ୍ୱାରସ୍ଥ ହୋଇ ପାରେ ବୋଲି ଶୁଣିବାକୁ ମିଳୁଛି।

ad-week
Leave A Reply

Your email address will not be published.