ରାଜ୍ୟରେ ଆରମ୍ଭ ହେଲା ଇ–ଲେକଚର ବ୍ୟବସ୍ଥା…

newyr25

xxx

ଭୁବନେଶ୍ବର: ରାଜ୍ୟ ସରକାର ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ଇ–ଲେକଚର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି, ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭର୍ଚୁଆଲ ପ୍ଲାଟଫର୍ମରେ ଏହାର ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ଵବିଦ୍ୟାଳୟକୁ ଚିଠି କରାଯାଇଛି।
ଏହି ନୂତନ ବ୍ୟବସ୍ଥା ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, vtputkal.odisha.gov.in ଲିଙ୍କ କ୍ଲିକ୍ କଲେ ୪ଟି ସେମିଷ୍ଟାରର କୋର୍ସ ପଢି ହେବ। ଛାତ୍ରଛାତ୍ରୀମାନେ ଘରେ ବସି ସେମିଷ୍ଟାର ପାଇଁ ପ୍ରସ୍ତୁତ ହୋଇପାରିବେ। ପଦାର୍ଥ ବିଜ୍ଞାନ (ଫିଜିକ୍ସ), ରସାୟନ ବିଜ୍ଞାନ (କେମେଷ୍ଟ୍ରି), ଉଦ୍ଭିଦ ବିଜ୍ଞାନ (ବଟାନି), ପ୍ରାଣୀ ବିଜ୍ଞାନ (ଜୁଲୋଜି), ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜି, ମନୋବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ପରି ୧୧ଟି କଲେଜ ଓ ବିଶ୍ଵବିଦ୍ୟାଳୟସ୍ତରୀୟ ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ଼ ହୋଇଛି। ରୁଷା ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରିବାର ମୁଖ୍ୟ ଉଦେଶ୍ୟ ହେଉଛି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା .

Leave A Reply

Your email address will not be published.