ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର…

add-all

Accident_1705152438

କୋରାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପାତ୍ରପୁଟ ଗାଁ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତକମାନେ ହେଲେ ଧନିଆ ଖରା ଓ ମାଣିକ ଖେମୁଣ୍ଡୁ। ସେମାନେ ନନ୍ଦପୁର ବ୍ଲକ ଖମରା ଗାଁର। ଆହତଙ୍କ ନାଁ ରବୀନ୍ଦ୍ର ଖରା। ତାଙ୍କ ଘର ଲମତାପୁଟ ବ୍ଲକ ପାଲାମ ଗାଁରେ। ରବୀନ୍ଦ୍ରଙ୍କୁ ଲମତାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦ୍ରୁତ ଗତି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏତେ ଜୋରରେ ଧକ୍କା ହୋଇଥିଲା ଯେ ଗୋଟିଏ ବାଇକ୍ ଛିଟିକି ରାସ୍ତା ବାହାରକୁ ଚାଲି ଯାଇଥିଲା। ଧନିଆ ଖରା ଓ ମାଣିକ ଖେମୁଣ୍ଡୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ad-week
Leave A Reply

Your email address will not be published.