ଦେଢ଼ ମାସର ଶିଶୁ କନ୍ୟାକୁ ବଞ୍ଚେଇବାକୁ ଯାଇ ନିଆଁରେ ଜଳିଗଲେ ମାଆ…

add-all

Capture2-2-750x430

ଢେଙ୍କାନାଳ: ଭୁବନ ଥାନା କୃଷ୍ଣପୁର ଗାଁରେ ଅଭାବନୀୟ ଘଟଣା। ଦେଢ଼ ମାସର ଛୁଆକୁ ବଞ୍ଚାଇବାକୁ ଯାଇ ଜଳିଗଲେ ମାଆ। ଗୁରୁତର ମହିଳା ଜଣଙ୍କ ଭୁବନ ଥାନା ଯମୁନାକୋଟ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗାଁର ସୁନି ପାତ୍ର।

ସୂଚନା ଅନୁସାରେ, ସୁନି ତାଙ୍କର ଦେଢମାସର ଛୁଆକୁ ଚୁଲି ପାଖରେ ଶୁଆଇ ତା ପାଇଁ ଗରମ ପାଣି କରୁଥିଲେ । କିନ୍ତୁ ଛୁଆଟି ହଠାତ୍ ଚୁଲି ଆଡ଼କୁ ଗଡି ଆସୁଥିବା ଦେଖି ସୁନି ଛୁଆକୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ପିନ୍ଧା ଲୁଗାରେ ହଠାତ୍ ଚୁଲିରୁ ନିଆଁ ଲାଗି ଯାଇଥିଲା । ଫଳରେ ଛୁଆକୁ ବଞ୍ଚେଇବାକୁ ଯାଇ ନିଜେ ନିଆଁରେ ଜଳି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ବର୍ତ୍ତମାନ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ad-week
Leave A Reply

Your email address will not be published.