କୋଇଲା ଜାଳି ଶୋଇଥିଲେ, ସକାଳୁ ବନ୍ଦ ଘରୁ ମିଳିଲା ୬ ମୃତଦେହ…

add-all

IMAGE_1705212468

ପୁଣି ଜୀବନ ନେଲା କୋଇଲା ଧୂଆଁ। ଶୀତରୁ ବଞ୍ଚିବା ପାଇଁ କୋଇଲା ଅଙ୍ଗାର ଜାଳି ଶୋଇଥିଲା ପୂରା ପରିବାର। ହେଲେ ସକାଳୁ ବନ୍ଦ ଘରୁ ମିଳିଲା ମୃତଦେହ। ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି କିଛି ଘଟଣା।

ପୁଲିସ ସୂଚନା ମୁତାବକ, ଆଉଟର ନର୍ଥ ଦିଲ୍ଲୀର ଖେଡା ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଏକ ବନ୍ଦ ଘରୁ ଉଦ୍ଧାର ହୋଇଛି। ମୃତଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ଦୁଇ ପିଲା ଅଛନ୍ତି। ଶୀତରୁ ବଞ୍ଚିବା ପାଇଁ ଏମାନେ ରାତିରେ କୋଇଲା ଅଙ୍ଗାର ଜାଳି ଶୋଇଥିଲେ। ହେଲେ ସକାଳ ହେଲା ବେଳକୁ ଆଉ କେହି ଉଠି ନଥିଲେ।

ଘରେ କିଛି ହଲଚଲ ନହେବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା। ଘର କବାଟ ଖୋଲିବା ବେଳେ ରୁମ୍‌ଟି ପୂରା ଧୂଆଁରେ ଭର୍ତ୍ତି ଥିଲା। ଧୂଆଁ ଭରି ହୋଇଯିବା ପରେ ଅଣ ନିଶ୍ୱାସୀ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି। ମୃତ ଦୁଇ ପିଲାଙ୍କ ବୟସ ୭ ଓ ୮ ବର୍ଷ। ସମସ୍ତ ମୃତଦେହକୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଛି।

ସେହିପରି ପଶ୍ଚିମ ଦିଲ୍ଲୀର ଇନ୍ଦ୍ରପୁରୀ ଅଞ୍ଚଳରେ ମଧ୍ୟ ସମାନ ଘଟଣା ଘଟିଛି। ବନ୍ଦ ଘରୁ ଦୁଇ ଜଣ ବ୍ୟକ୍ତିଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଛି। ଘର ଭିତରେ କୋଇଲା ଅଙ୍ଗାର ଜଳୁଥିବା ମଧ୍ୟ ଦେଖିବାକୁ ମିଳିଛି। ଦୁଇ ବ୍ୟକ୍ତିଙ୍କ ଉଦ୍ଧାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ବ୍ୟକ୍ତିଙ୍କ ବୟସ ୫୦ ଓ ୨୮ ବର୍ଷ ହୋଇଥିବା ବେଳେ ଏମାନେ ନେପାଳର ବାସିନ୍ଦା ବୋଲି ଜଣାପଡିଛି। ଏମାନେ ମଧ୍ୟ ଶୀତରୁ ବଞ୍ଚିବା ପାଇଁ ବନ୍ଦ ଘରେ କୋଇଲା ଅଙ୍ଗାର ଜାଳି ଥିଲେ। ଅଣନିଶ୍ୱାସୀ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ad-week
Leave A Reply

Your email address will not be published.