ସାଂସଦ ବ୍ରିଜଭୂଷଣ ଓ ସଞ୍ଜୟ ସିଂହଙ୍କୁ ବୋମା ଲଗାଇ ଉଡ଼ାଇ ଦେବାକୁ ଧମକ…

add-all

IMAGE_1705216445

କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ବାହୁବଳି ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଙ୍କୁ ହତ୍ୟା ଧମକ। କେବଳ ସେତିକି ନୁହେଁ ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଞ୍ଜୟ ସିଂହଙ୍କୁ ମଧ୍ୟ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି। କେହି ଜଣେ ଦୁର୍ବୃତ୍ତ ବାରମ୍ବାର ଫୋନ୍‌ କରି ଉଭୟଙ୍କୁ ଏଭଳି ହତ୍ୟା କରିବାକୁ ଧମକ ଦେଇଛି। ଏନେଇ ସଞ୍ଜୟ ସିଂହ ଫୋନ୍‌ ନମ୍ବର ଆଧାରରେ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ସଞ୍ଜୟ ସିଂହଙ୍କୁ ଶୁକ୍ରବାର ପ୍ରାୟ ରାତି ୨ଟା ବେଳେ ଏକ ଫୋନ୍‌ କଲ ଆସିଥିଲା। ତେବେ ସେ ଫୋନ୍‌ ଉଠାଇ ନଥିଲେ। ଏହାର ପ୍ରାୟ ଦେଢ଼ ଘଣ୍ଟା ପରେ ପୁଣି ଥରେ ତାଙ୍କ ଫୋନ୍‌କୁ କଲ୍‌ ଆସିଥିଲା। ଏହି ଫୋନ୍‌ କଲ ମାଧ୍ୟମରେ କେହି ଜଣେ ବ୍ୟକ୍ତି ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଏହାପରେ ଶନିବାର ମଧ୍ୟାହ୍ଣରେ ପୁଣି ଥରେ ସେହି ନମ୍ବରରୁ ତାଙ୍କୁ ପାଖକୁ ଫୋନ୍‌ ଆସିଥିଲା।

ଏହି ଫୋନ୍ କଲ ମାଧ୍ୟମରେ ବ୍ୟକ୍ତି ଜଣକ ବ୍ରିଜଭୂଷଣ ଓ ସଞ୍ଜୟ ସିଂହଙ୍କୁ ଗୁଳି କରିବା ସହ ବୋମା ଲଗାଇ ଉଡାଇ ଦେବାକୁ ଧମକ ଦେଇଛି। ସେବଳ ସେତିକି ନୁହେଁ ସଞ୍ଜୟ ସିଂହଙ୍କୁ ସେ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଏହାପରେ ସଞ୍ଜୟ ସିଂହ ଭେଲୁପୁର ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ ସୂଚନା ମୁତାବକ, ମୋବାଇଲ ନମ୍ବର ଆଧାରରେ ଏଫ୍‌ଆଇଆର୍ ରୁଜୁ ହୋଇଛି। ବର୍ତ୍ତମାନ ଉକ୍ତ ମୋବାଇଲ ନମ୍ବରଟି ସ୍ୱଚ୍‌ ଅଫ୍‌ ରହିଛି। ପ୍ରାଥମିକ ତଦନ୍ତରୁ ଉକ୍ତ ମୋବାଇଲ ନମ୍ବରଟି ଲକ୍ଷ୍ନୌର କରନ୍‌ ରାଜପୁତ ନାମକ ଜଣେ ବ୍ୟକ୍ତିଙ୍କ ବୋଲି ଜଣାପଡିଛି। ଏନେଇ ଲକ୍ଷ୍ନୌ ପୁଲିସର ସହାୟତା ଲୋଡିଛି ଭେଲୁପୁର ପୁଲିସ। କିଏ ଓ କାହିଁକି ଏଭଳି ଫୋନ୍‌ କରି ଧମକ ଦେଇଛି ସେ ନେଇ ତଦନ୍ତ ଜାରି ରହିବା ସହ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.