ବଜ୍ରକାପ୍ତା ଡିଲ୍‌ ବେଳେ ୩ ଜଣଙ୍କୁ ମାଡ଼ି ବସିଲା ବନ ବିଭାଗ…

add-all

Forest_1705237102

ନବରଙ୍ଗପୁର : ନବରଙ୍ଗପୁର ବନବିଭାଗକୁ ମିଳିଛି ସଫଳତା। ଜୀବନ୍ତ ବଜ୍ରକାପ୍ତା ମୁଲଚାଲ ସମୟରେ ମାଡି ବସିଲା ବନବିଭାଗ। ୩ ଅଭିଯୁକ୍ତ ଗିରଫ ବନ ବିଭାଗ। କୋଡିଙ୍ଗା ବନାଞ୍ଚଳ ଅଞ୍ଚଳରେ ବଜ୍ରକାପ୍ତାର ମୁଲଚାଲ ହେଉଥିବା ବିଶେଷସୂତ୍ରରୁ ଖବର ପାଇଁ ବନ ବିଭାଗ ଚଢ଼ଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

ବଜ୍ରକାପ୍ତା ଡିଲ୍‌ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇଥିଲେ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା। ଏହାପରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ କୋଡ଼ିଙ୍ଗା ବନାଞ୍ଚଳ ଅଧିନସ୍ଥ ବରାଗୁଡା ଗାଁ ନିକଟସ୍ଥ ଦେଓଡ଼ଙ୍ଗରି ଜଙ୍ଗଲରେ ଲୁଚି ରହିଥିଲେ। କିଛି ସମୟ ପରେ ୩ ଜଣ ଯୁବକ ଏକ ବାଇକରେ ସେଠାରେ ପହଞ୍ଚିଥିଲେ। ସାଥୀରେ ସେମାନେ ଗୋଟିଏ ବ୍ୟାଗ ଆଣିଥିଲେ। ଯେଉଁଥିରେ ଥିଲା ବଜ୍ରକାପ୍ତା। ତା’ପରେ ଆରମ୍ଭ ହେଲା ମୁଲଚାଲ୍‌। ୫ ଲକ୍ଷ ଟଙ୍କାରେ ଡିଲ୍‌ ହେଉଥିବା ବେଳେ ବନ କର୍ମଚାରୀମାନେ ସେମାନଙ୍କୁ ଘେରି ଯାଇଥିଲେ।

ଆଉ ବ୍ୟାଗକୁ ଯାଞ୍ଚ କରିଥିଲେ। ବ୍ୟାଗ ଯାଞ୍ଚ ବେଳେ ବାହାରିଲା ଜୀବନ୍ତ ବଜ୍ରକାପ୍ତା। ବନ କର୍ମଚାରୀମାନେ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ୩ ଅଭିଯୁକ୍ତଙ୍କୁ ଧରିଥିଲେ। ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ 7 kg 500 ଗ୍ରାମ। ବସୟ ୪ରୁ ୫ ବର୍ଷ ହେବ। ସମସ୍ତ ଅଭିଯୁକ୍ତ କୋରାପୁଟ ଜିଲ୍ଲା। ମାଧବ ମୁଦୁଲି ଘର ଓଉଗୁଡା ଗାଁରେ ହୋଇଥିବା ବେଳେ ଘାସି ଟାକ୍ରିଙ୍କ ଘର ମାଝୀଗୁଡା ଗ୍ରାମର ଓ ତୁଳାରାମ ହରିଜନଙ୍କ ଘର ବୋରିଗୁମ୍ମା ଥାନା ଅଧିନସ୍ଥ ତାରାଗାଁ ଗ୍ରାମର ବୋଲି ଜଣାପଡ଼ିଛି। ୩ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

ସେପଟା ବନ ବିଭାଗ ଜୀବନ୍ତ ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛଡ଼ିଦେଇଛି। ଏନେଇ ସୂଚନା ଦେଇଛନ୍ତି ନବରଙ୍ଗପୁର ଡିଏଫ୍‌ଓ ଶୁଭେନ୍ଦୁ ପ୍ରସାଦ ବେହେରା।

ad-week
Leave A Reply

Your email address will not be published.