ବାଲେଶ୍ବର ଏସ୍‌ପି ମନେପକାଇଲେ ଚାଟଶାଳୀ କଥା, ପିଲାଙ୍କ ସହ ନେଲେ ସେଲ୍‌ଫି…

add-all

fsdf

ନୀଳଗିରି: ପିଲାଙ୍କ ସହ ପିଲା ହେଲେ। ପଦ ପଦବି ଭୁଲି ଚାଟଶାଳୀର ଚଟାଣରେ ବସି ପିଲାଙ୍କୁ କୋଳେଇ ନେଲେ। ମନୋଲୋଭା ନୃତ୍ୟ ଦେଖି ପ୍ରସଂଶା ମଧ୍ୟ କରିଲେ। ନିଜର ପଦବି ଓ ନାଲିବତୀର କଥା ଭୁଲି ଚାଟଶାଳୀର ଶିଷ୍ୟ ହୋଇ ଉପଭୋଗ କଲେ ସମସ୍ତ କାର୍ଯ୍ୟକ୍ରମ।

ବାଲେଶ୍ବର ଏସପି ସାଗରିକା ନାଥ ନିଜର ପଦବି ଭୁଲି ନୀଳଗିରି ରତ୍ନାକର ଟାଉନ ହାଇସ୍କୁଲରେ ଡିଭାଇନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସଚେତନତା ମୂଳକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ, ଯେଉଁଠାରେ ଚାଲିଥିବା ଏକ ନୃତ୍ୟକୁ ଦେଖି ମୁଗ୍ଧ ହୋଇ ମଞ୍ଚାସୀନ ଚୌକିରୁ ଓହ୍ଲାଇ ତଳେ ବସିଥିବା ପିଲାଙ୍କ ସହ ବସି ନୃତ୍ୟ ଉପଭୋଗ କରିବା ସହ ଉପସ୍ଥିତ ପିଲାଙ୍କ ସହ ସମ୍ପୂର୍ଣ୍ଣ ମିଶିଯାଇଥିଲେ। ବୁଲିବୁଲି ପିଲାଙ୍କ ସହ ସେଲ୍‌ଫି ମଧ୍ୟ ନେଇଥିଲେ। ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ନିଜ ପଦବିର ମୋହ ଭୁଲି ନିଜ ପିଲା ବେଳର ଚାଟଶାଳୀର କଥା ମନେପକେଇ ପିଲାଙ୍କ ସହ ବସି ଉପଭୋଗ କରିବା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ad-week
Leave A Reply

Your email address will not be published.