ଅଯୋଧ୍ୟା ଯାଇ ରାମଲଲ୍ଲାଙ୍କ ଦର୍ଶନ କଲେ କଂଗ୍ରେସ ନେତା

add-all

dwerwe

ଅଯୋଧ୍ୟା : ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ନବନିର୍ମିତ ରାମମନ୍ଦିରରେ ବିଗ୍ରହ ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗ ନ ଦେବାକୁ କଂଗ୍ରେସର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବାବେଳେ ଦଳ ହିନ୍ଦୁ ଭୋଟ ହରାଇବାର ଆଶଙ୍କା କରୁଛି । ଏହାକୁ ଦୃଷ୍ଟିରେ ରଖି ଦଳର କେତେକ ନେତା ଅଯୋଧ୍ୟାରେ ପହଞ୍ଚି ରାମଲଲ୍ଲାଙ୍କ ଦର୍ଶନ କରିଛନ୍ତି ।

ମକର ସଂକ୍ରାନ୍ତି ଅବସରରେ କଂଗ୍ରେସର ଉତ୍ତର ପ୍ରଦେଶ ୟୁନିଟର ନେତାମାନେ ଅଯୋଧ୍ୟାର ରାମଲଲ୍ଲାଙ୍କ ଦ୍ୱାରରେ ପହଞ୍ଚିଛି। ଏହି ସମୟରେ କଂଗ୍ରେସ ନେତାମାନେ ସରୟୁ ନଦୀରେ ସ୍ନାନ କରିଥିଲେ । ଦର୍ଶନ ପରେ ସେମାନେ ରାମ ଭଗବାନଙ୍କୁ ବିଶ୍ୱାସର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି। ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ ରାୟ ଦଳର ନେତା ଅବିନାଶ ପାଣ୍ଡେ, ଦୀପେନ୍ଦ୍ର ହୁଡା, ଅଖିଳେଶ ପ୍ରତାପ ସିଂହଙ୍କ ସହ ଅଯୋଧ୍ୟାର ସରୟୁ ନଦୀରେ ସ୍ନାନ କରିଥିଲେ।

କଂଗ୍ରେସ ନେତା ଦୀପେନ୍ଦ୍ର ସିଂହ ହୁଡା କହିଛନ୍ତି ଯେ ଭଗବାନ ରାମ ଆମ ଆସ୍ଥାର ପ୍ରତୀକ। ଆମେ ବିଶ୍ୱାସ କରୁ ଯେ ରାମ ସମସ୍ତଙ୍କର ଅଟନ୍ତି, ଭଗବାନ ରାମ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି । ଏହା ପ୍ରଥମ ଥର ନୁହେଁ ଯେ ମୁଁ ଅଯୋଧ୍ୟାକୁ ଆସିଛି । ବର୍ଷେ ତଳେ ମୁଁ ଏଠାକୁ ରାମଲଲ୍ଲାଙ୍କୁ ପୂଜା କରିବାକୁ ଆସିଥିଲି।

କଂଗ୍ରେସ ନେତ୍ରୀ ତଥା ମୁଖପାତ୍ର ସୁପ୍ରିୟା ଶ୍ରୀନେତ ମଧ୍ୟ ଅଯୋଧ୍ୟା ଗସ୍ତରେ ପହଞ୍ଚିଛନ୍ତି। ଏଠାରେ ସେ ବିଜେପିକୁ ସମାଲୋଚନା  କରିଥିଲେ। ସେ କହିଛନ୍ତି ଯେ ଆମେ ରାମଲଲାଙ୍କ ଦର୍ଶନ ପାଇଁ ଆସିଛୁ; ଏହାକୁ ‘ରାଜନୈତିକ’ କହିବା ବିଜେପିର ଭୁଲ। ସତ କଥା ହେଉଛି, ବିଜେପି ଧର୍ମ ନାଁରେ ମନ୍ଦ ରାଜନୀତି କରୁଛି।

ad-week
Leave A Reply

Your email address will not be published.