ବିମାନରେ କୋ-କ୍ୟାପ୍ଟେନଙ୍କୁ ଚାପୁଡା ମାରିଥିବା ଯୁବକ କ୍ଷମା ମାଗିଲେ…

add-all

IMAGE_1705312668

ଇଣ୍ଡିଗୋ ବିମାନରେ କୋ-କ୍ୟାପ୍ଟେନଙ୍କୁ ଚାପୁଡା ମାରିଥିବା ଯୁବକ କ୍ଷମା ମାଗିଲେ। ସେ ହାତ ଯୋଡି ‘ସରି’ କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି।ବିମାନ ଉଡାଣ ବିଳମ୍ବ ହେବାରୁ ହଠାତ୍ ରାଗିଯାଇ କୋ-କ୍ୟାପ୍ଟେନଙ୍କ ଉପରକୁ ହାତ ଉଠାଇ ଦେଇଥିଲେ ସାହିଲ କଟାରିଆ। ପରେ ନିଜର ଭୁଲକୁ ସ୍ୱୀକାର କରିଛନ୍ତି ସାହିଲ।

ଗତକାଲି ଦିଲ୍ଲୀରୁ ଗୋଆ ଯିବାକୁ ଥିବା ଇଣ୍ଡିଗୋ ବିମାନରେ ଏପରି ଘଟଣା ସାମ୍ନାକୁ ଆସିଥିଲା। ଘନ କୁହୁଡି କାରଣରୁ ଦିଲ୍ଲୀ ଆକାଶ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିଲା। ଫଳରେ ୧୬୮ ବିମାନ ବିଳମ୍ବ ଏବଂ ୮୪ଟି ବିମାନ ସମ୍ପୂର୍ଣ୍ଣ ରୂପେ ବାତିଲ୍ ହୋଇ ଯାଇଥିଲା। ବାତିଲ୍ ହୋଇ ଯାଇଥିବା ଏକ ଇଣ୍ଡିଗୋ ଫ୍ଲାଇଟରେ ବସିଥିଲେ ସାହିଲ।

ଏହି ବିମାନଟି ପାଖା ପାଖି 10 ଘଣ୍ଟ ବିଳମ୍ବ ହୋଇଥିବା କୁହାଯାଉଛି। ଏହାପରେ ପୁନର୍ବାର ବିଳମ୍ବ ନେଇ ଘୋଷଣା ସମୟରେ ରାଗି ଯାଇଥିଲେ ସାହିଲ। ହଠାତ୍ ନିଜ ସିଟରୁ ଉଠି ଆସି କୋ-କ୍ୟାପ୍ଟେନଙ୍କ ଉପରକୁ ହାତ ଉଠାଇ ଦେଇଥିଲେ।

ଏପରି ଆଚରଣ ପରେ ବିମାନ ସଂସ୍ଥା ପକ୍ଷରୁ ତାଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଥିଲା। ପରେ ନିଜର ଭୁଲ୍ ସ୍ୱୀକାର କରି କ୍ଷମା ପ୍ରାର୍ଥନା କରିଛନ୍ତି ସାହିଲ।

ସାହିଲ ‘ସାର୍, ଆଇ ଅମ୍ ସରି’ କହି କ୍ଷମା ମାଗୁଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି। କିନ୍ତୁ କୋ-କ୍ୟାପ୍ଟନ ତାଙ୍କୁ ‘କ୍ଷମାର ପ୍ରଶ୍ନ ଉଠୁନି, ତମେ ମୋ ଉପରକୁ ହାତ ଉଠାଇଛ’ ବୋଲି କହିଛନ୍ତି। କୋ-କ୍ୟାପ୍ଟନଙ୍କର ଭିଡିଓ ସାମ୍ନାକୁ ଆସିନାହିଁ।

ad-week
Leave A Reply

Your email address will not be published.