ପଞ୍ଚ ତାରକା ହୋଟେଲ୍‌ରେ ଅଣ ଭାରତୀୟ ମହିଳାଙ୍କୁ ଦୁଷ୍କର୍ମ; ସିଇଓଙ୍କ ବିରୋଧରେ ମାମଲା ରୁଜୁ

add-all

asf

ନୂଆଦିଲ୍ଲୀ: ଜଣେ ଏନଆରଆଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀର ଏକ ଘରୋଇ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରବିବାର ପୁଲିସ ଏହି ସୂଚନା ଦେଇଛି। ପୁଲିସର ସୂଚନାନୁସାରେ, ଏହି ଘଟଣା ୨୦୨୩ ମସିହା ସେପ୍ଟେମ୍ବର ୧୪ ତାରିଖରେ ନୂଆଦିଲ୍ଲୀସ୍ଥିତ ଚାଣକ୍ୟପୁରୀ ଅଞ୍ଚଳରେ ଅବସ୍ଥିତ ଏକ ପଞ୍ଚ ତାରକା ହୋଟେଲରେ ଘଟିଥିଲା।
ସୂତ୍ରରୁ ଜାଣିବାକୁ ମିଳିଛି ଆମେରିକାରେ ରହୁଥିବା ଜଣେ ମୂଳ ଭାରତୀୟ ନାଗରିକ ଶନିବାର ରାତିରେ ଅଭିଯୋଗ କରିଥିଲେ, ଯାହା ଆଧାରରେ ଚାଣକ୍ୟପୁରୀ ପୁଲିସ ଷ୍ଟେସନରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୩୭୬ (ଦୁଷ୍କର୍ମ) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ପୁଲିସର ସୂଚନାନୁସାରେ, ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ସେ ସେହି କମ୍ପାନିରେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ। ଯେଉଁଠାରେ ଅଭିଯୁକ୍ତ ସିଇଓ ଭାବରେ କାର୍ଯ୍ୟ କରୁଥିଲେ।
ଅଭିଯୋଗକାରୀ କହିଛନ୍ତି ଯେ ଅଭିଯୁକ୍ତ ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ପରିଚିତ ବ୍ୟକ୍ତି ଏବଂ ସେ ହିଁ ପୀଡିତାଙ୍କୁ ଚାକିରି ଦେବାରେ ସାହାଯ୍ୟ କରିଥିଲେ। ଚ ଘଟଣାର ତଦନ୍ତ କରାଯାଉଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.