ଡିପ୍‌ ଫେକ୍‌ର ଶିକାର ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ୍‌…

add-all

serewr

ଅଭିନେତ୍ରୀ ରଶ୍ମୀକା ମନ୍ଦନା, ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ଡିପ୍‌ ଫେକ୍‌ର ଶିକାର ହେଲେ କ୍ରିକେଟର ଭଗବାନ ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଗେମିଂ ଆପ୍‌ ‘ସ୍କାଏବର୍ଡ ଏଭିଏଟର୍‌ କ୍ୱେଷ୍ଟ’କୁ ସମର୍ଥନ କରୁଥିବାର ସଚିନଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଗତ କିଛି ମାସ ଧରି ଏଆଇ ସାହାଯ୍ୟରେ ଲୋକପ୍ରିୟ ସେଲିବ୍ରିଟିଙ୍କ ଡିପ୍ ଫେକ୍ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ଏବେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ପାଳି ପଡିଛି। ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସଚିନ ଏକ ଆପର ପ୍ରମୋସନ୍ କରୁଥିବା ଦେଖିବାକୁ ମିଳୁଛି। ଆଉ ଏହି ଏଆଇ ଭିଡିଓରେ ସଚିନଙ୍କ ଭିଡିଓ ଡବିଂ କରି ଏଡିଟ୍ କରାଯାଇଥିବା ଜଣାପଡିଛି। କେବଳ ସେତିକି ନୁହେଁ ଏହି ଆପ୍‌ ଜରିଆରେ ତାଙ୍କ ଝିଅ ସାରାଙ୍କୁ ମଧ୍ୟ ଆର୍ଥିକ ଲାଭ ଉଠାଉଥିବା ନେଇ ମିଛ ଦାବି କରାଯାଇଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସଚିନ ତେନ୍ଦୁଲକର ଟେକ୍‌ନିକ୍‌ର ଦୁରୁପୋଯୋଗ କରାଯାଇଥିବା ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ଉକ୍ତ ଡିପ୍‌ ଫେକ୍‌ ଭିଡିଓକୁ ସେୟାର କରି ସଚିନ କହିଛନ୍ତି, ‘ଏହି ଭିଡିଓ ମିଛ ବା ଫେକ୍। ଟେକ୍ନୋଲୋଜିର ଖରାପ ବ୍ୟବହାର କରାଯାଉଛି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଏଭଳି ଭିଡିଓ, ବିଜ୍ଞାପନ ଓ ଆପ୍ସ ବିରୋଧରେ ଅଭିଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ ଏଥିସହ ଏଭଳି ଭିଡିଓ ପ୍ରତି ସାବଧାନ ହେବା ସହ ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।’

ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ରିକେଟର ଶୁଭମନ ଗିଲଙ୍କର ମଧ୍ୟ ଡିପ୍ ଫେକ୍ ଭିଡିଓ ସାମ୍ନାକୁ ଆସିଥିଲା। ଡିପ୍‌ ଫେକ୍‌ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ବ୍ୟବହାର କରି ସୃଷ୍ଟି ହୋଇଥିବା ସିନ୍ଥେଟିକ୍ ମିଡିଆର ଏକ ରୂପ। ଏଥିରେ ଉଭୟ ଭିଡିଓ ଏବଂ ଅଡିଓକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଲଗୋରିଦମ ବ୍ୟବହାର କରାଯାଏ।

ad-week
Leave A Reply

Your email address will not be published.