ଜଲିକଟ୍ଟୁ ବେଳେ ଅଘଟଣ, ୨ ପୁଲିସକର୍ମୀଙ୍କ ସମେତ ୪୫ ଆହତ…

add-all

jallikattu_1705314941

ବିବାଦୀୟ ଖେଳ ଜଲିକଟ୍ଟୁ ବେଳେ ଅଘଟଣ। ୨ ପୁଲିସ କର୍ମୀଙ୍କ ସମେତ ଆହତ ହେଲେ ୪୫ ଲୋକ। ତାମିଲନାଡୁର ଅବନିୟାପୁରରେ ଘଟିଛି ଏଭଳି କିଛି ଘଟଣା। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାମିଲନାଡୁରେ ଏବେ ପୋଙ୍ଗଲ ଉତ୍ସବ ପାଳନ କରାଯାଉଛି। ସେପଟେ ମଦୁରେ ଜିଲ୍ଲାର ଅବିନିୟାପୁରରେ ସୋମବାର ଷଣ୍ଢକୁ କାବୁ କରିବା ଖେଳ ଜଲିକଟ୍ଟୁ ଆରମ୍ଭ ହୋଇଛି। ତେବେ ଆରମ୍ଭ ଦିନ ହିଁ ଏହି ଖେଳରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଷଣ୍ଢକୁ କାବୁ କରିବାକୁ ଯାଇ ଦୁଇ ପୁଲିସ କର୍ମୀଙ୍କ ସମେତା ୪୫ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ରାଜାଜୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହାପୂର୍ବରୁ ତାମିଲନାଡୁର ପୁଦୁକ୍କୋଟ୍ଟଇରେ ଜଳିକଟ୍ଟୁ ଖେଳ ବେଳେ ୨୯ ଜଣ ଲୋକେ ଆହତ ହୋଇଥିଲେ। ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ଏହି ଖେଳରେ ଅନେକ ଜୀବନ ଯାଇଛି। ଷଣ୍ଢକୁ କାବୁ କରିବାକୁ ଯାଇ ଲୋକେ ପ୍ରାଣ ହରାଇଛନ୍ତି।ପ୍ରତିବର୍ଷ ଭଳି ଏଥର ମଧ୍ୟ ପୋଙ୍ଗଳ ପାଳିବା ସହ ଏଠାରେ ଲୋକେ ଜଲିକଟ୍ଟୁ ଖେଳର ଆୟୋଜନ କରନ୍ତି। ଏଥର ଏହି ଖେଳ ପାଇଁ ପାଇଁ ୧୦୦୦ ଷଣ୍ଢ ଓ ଷଣ୍ଢକୁ କାବୁ କରିବା ପାଇଁ ୬୦୦ ଲୋକ ରେଜିଷ୍ଟ୍ରେସନ କରିଛନ୍ତି। ସୋମବାର ସକାଳେ ଏହି ଖେଳ ଆରମ୍ଭ ହୋଇଛି। ଏହା ଆସନ୍ତା ତିନି ଦିନ ଯାଏଁ ଚାଲିବ।

ad-week
Leave A Reply

Your email address will not be published.