୧୩୨ କେଭି ତାର ସଂସ୍ପର୍ଶରେ ଆସି ଯୁବକ ଜୀବନ୍ତ ଦଗ୍ଧ…

add-all

Dhenkanal_1705320016

୧୩୨ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଜଣେ ଯୁବକ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁରେ ଘଟଇଛି ଏହି ଘଟଣା। ମୃତ ଯୁବକଙ୍କ ନାଁ ଜଗନ ରାଉତ (୨୮)। ତାଙ୍କ ଘର ସେହି ବସୁଲେଇ ଗାଁରେ।

ବସୁଲେଇ ଗାଁ ପାଖ ଜଙ୍ଗଲ ଦେଇ ୧୩୨ କେଭି ବିଦ୍ୟୁତ ତାର ଯାଇଛି। ଆଜି ଦିନ ପ୍ରାୟ ୧୧ ଟା ବେଳେ ଜଗନ ଛେଳି ପାଇଁ ଡାଳ କାଟିବା ପାଇଁ ଜଙ୍ଗଲକୁ ଯାଇଥିଲା।

ଡାଳ କାଟିଲା ବେଳେ କୌଣସି କାରଣ ବଶତଃ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତାଙ୍କର ଦୁଇ ଗୋଡ଼ ପେଟ, ଛାତି ଆଦି ପୋଡି ଯାଇଥିଲା।

ପରଜଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜାଞ୍ଚ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଡାକ୍ତରଖାନାକୁ ପଠାଇଥିଲା। ଏହି ଘଟଣାକୁ ନେଇ ବସୁଲେଇ ଗାଁରେ ଦୁଃଖର ବାତାବରଣ ଦେଖାଦେଇଛି।

ad-week
Leave A Reply

Your email address will not be published.