ଅମିତ ଶାହଙ୍କ ବଡ଼ ଭଉଣୀଙ୍କ ପରଲୋକ…

add-all

amimi

କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ୱରୀବେନ୍ ଶାହଙ୍କର ଆଜି ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ରାଜେଶ୍ୱରୀବେନ୍ ଅନେକ ଦିନ ହେଲାଣି ଅସୁସ୍ଥ ଥିଲେ। ମୁମ୍ବାଇରେ ତାଙ୍କ ଚିକିତ୍ସା ଚାଲିଥିଲା। ଆଜି ସକାଳେ ସେଠାରେ ତାଙ୍କର ପରଲୋକ ହୋଇଥିଲା।

ରାଜେଶ୍ୱରୀବେନ୍ ମୃତଦେହକୁ ଅହମଦାବାଦ ଅଣାଯାଇଥିଲା। ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।

ବଡ଼ ଭଉଣୀଙ୍କ ମୃତ୍ୟୁ ଖବର ପାଇବା ପରେ ଗୁଜରାଟରେ ଥିବା ଅମିତ ଶାହ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଦେଇଥିଲେ।

ଗତକାଲିଠାରୁ ଅମିତ ଶାହ ଅହମଦାବାଦ ଆସିଥିଲେ। ବିଜେପି ନେତା, କର୍ମୀ ଓ ସମର୍ଥକଙ୍କ ଗହଣରେ ମକର ସଂକ୍ରାନ୍ତି ପାଳିବା ପାଇଁ ସେ ଅହମଦାବାଦ ଆସିଥିଲେ।

ad-week
Leave A Reply

Your email address will not be published.