ଦାରିଦ୍ର୍ୟ ସୀମାରେଖାରୁ ବାହାରିଲେ ୨୪.୮୨ କୋଟି ଲୋକ…

add-all

poverty_1705402280

ଦାରିଦ୍ର୍ୟ ସୀମା ରେଖାରୁ ଧୀରେ ଧୀରେ ଉପରକୁ ଉଠୁଛନ୍ତି ଲୋକେ। ଗତ ୯ ବର୍ଷ ମଧ୍ୟରେ ଭାରତରେ ୨୪.୮୨ କୋଟି ଲୋକେ ଦାରିଦ୍ର୍ୟ ସୀମାରୁ ବାହାରିଛନ୍ତି। ଏନେଇ ଜାରି ହୋଇଥିବା ନୀତି ଆଗୋର ଏକ ରିପୋର୍ଟରୁ ଜଣାପଡିଛି। ରିପୋର୍ଟରେ କୁହାଯାଇଛି, ବର୍ଷ ୨୦୧୩-୧୪ରେ ଦେଶରେ ଦାରିଦ୍ର୍ୟ ହାର ୨୯.୧୭ ପ୍ରତିଶତ ଥିଲା, କିନ୍ତୁ ଏବେ ଏହା ୨୦୨୨-୨୩ରେ ୧୧.୨୮ ପ୍ରତିଶତକୁ ହ୍ରାସ ପାଇଛି।

ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶରେ ଦାରିଦ୍ର୍ୟ ହାର ସର୍ବାଧିକ କମିଛି। ଏମ୍‌ପିଆଇ ରିପୋର୍ଟ ମୁତାବକ, ସବୁଠୁ ଅଧିକ ଉତ୍ତରପ୍ରଦେଶରେ ଦାରିଦ୍ର୍ୟ ହାର ଦ୍ରାସ ପାଇଛି। ଏଠାରେ ୫.୯୪ କୋଟି ଲୋକେ ଦାରିଦ୍ର୍ୟ ସୀମାରେଖାରୁ ବାହାରକୁ ଆସିଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ବିହାର। ଏଠାରେ ୩.୭୭ କୋଟି ଲୋକେ ଦାରିଦ୍ର ସୀମାରେଖାରୁ ଉପରକୁ ଉଠିଛନ୍ତି। ତୃତୀୟ ସ୍ଥାନରେ ରହିଛି ମଧ୍ୟପ୍ରଦେଶ। ଏଠାରେ ୨.୩୦ କୋଟି ଲୋକେ ଦାରିଦ୍ର୍ୟ ସୀମାରେଖା ଡେଇଁଛନ୍ତି।

ନୀତି ଆୟୋଗର ରମେଶ ଚନ୍ଦ୍ରଙ୍କ କହିବା ମୁତାବକ, ଗତ ୯ ବର୍ଷ ମଧ୍ୟରେ ୨୪.୮୨ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖା ପାର୍‌କରି ଉପରକୁ ଉଠିଛନ୍ତି। ଅର୍ଥାତ ବର୍ଷକୁ ୨.୭୫ କୋଟି ଲୋକ ଏହି ଗରିବ ତାଲିକାରୁ ବାହାରକୁ ଆସୁଛନ୍ତି।

ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ ମିଡିଆ ପ୍ଲାଟଫର୍ମ ‘X’ରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ‘ଏହା ବେଶ୍‌ ଉତ୍ସାହଜନକ। ଆମେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସର୍ବଦଳୀୟ ବିକାଶ ତଥା ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ ଜାରି ରଖିବୁ।’

ନିତି ଆୟୋଗ ଅନୁଯାୟୀ, ଦାରିଦ୍ରତା ମୁଖ୍ୟତଃ ତିନୋଟି ଆଧାରରେ ମାପ କରାଯାଇଛି। ଯେଉଁଥିରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ହେଉଛି ମୁଖ୍ୟ। ଏଥିମଧ୍ୟରେ ପୁଷ୍ଟିକର ଖାଦ୍ୟ, ଶିଶୁ ଏବଂ କିଶୋର ମୃତ୍ୟୁ, ମାତୃ ସ୍ୱାସ୍ଥ୍ୟ, ବିଦ୍ୟାଳୟରେ ଉପସ୍ଥାନ, ରନ୍ଧନ ଇନ୍ଧନ, ପରିମଳ, ପାନୀୟ ଜଳ, ବିଦ୍ୟୁତ୍, ଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ସାମିଲ ରହିଛି।

ad-week
Leave A Reply

Your email address will not be published.