ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରି ଫସିଲା ଚୋର…

add-all

IMAGE_1705580857

ପାଟନା: ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରି ଫସିଲା ଚୋର। ଟ୍ରେନର ଝରକା ପଟେ ଯାତ୍ରୀଙ୍କଠାରୁ ମୋବାଇଲ ଫୋନ ଛଡ଼ାଇବାକୁ ଚୋର ଚେଷ୍ଟା କରୁଥିବା ବେଳେ ତାକୁ ଯାତ୍ରୀମାନେ ଧରି ପକାଇଥିଲେ। କେବଳ ଏତିକି ନୁହେଁ, ଟ୍ରେନ ଚାଲୁଥିବାରୁ ଯାତ୍ରୀମାନେ ଚୋରକୁ ଧରି ରଖିଥିଲେ। ଏହା ଫଳରେ ଚୋରଟି ୧କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲା।
ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ଚୋରଟି ‌ଖସି ନପାରି ଟ୍ରେନରେ ଓହଳି ହୋଇ ରହିଥିବା ଦେଖିବାକୁ ମିଳିଛି। ଘଟଣାଟି ବିହାରରେ ଘଟିଥିବା ବେଳେ ଅନେକ ସମୟରେ ବିହାରରେ ଏଭଳି ଘଟଣା ଘଟୁଥିବାର ଦେଖାଯାଇଛି। ସେୟାର କରାଯାଇଥିବା ଭିଡିଓର କ୍ୟାପସନ ଅନୁଯାୟୀ, ଅଭିଯୁକ୍ତ ଚଳନ୍ତା ଟ୍ରେନ୍‌ରୁ ଚୋରି ଉଦ୍ୟମ କରିଥିଲା। କିନ୍ତୁ ଭିତରେ ବସିଥିବା ସତର୍କ ଯାତ୍ରୀ ତାଙ୍କୁ କାବୁ କରି ନେଇଥିଲେ। ଫୋନ ଚୋରି କରିବାରେ ଅସମର୍ଥ ହେବା ସହ ଖସି ଯାଇପାରିନଥିଲା ଚୋର। ଟ୍ରେନଟି ଚାଲୁଥିବାରୁ ଯାତ୍ରୀଜଣକ ଚୋରକୁ ଧରି ରଖିଥିଲେ। ଏହି ସମୟରେ ଅନ୍ୟ ଯାତ୍ରୀମାନେ ଘଟଣାର ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ତେବେ ପରେ ଚୋର ସହିତ କ’ଣ ଘଟିଲା, ତାହା ସାମ୍ନାକୁ ଆସିନାହିଁ।

ad-week
Leave A Reply

Your email address will not be published.