ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିରୋଧ, ଆହ୍ଲାବାଦ ହାଇକୋର୍ଟରେ ପିଟିସନ୍ ଦାଖଲ…

add-all

IMAGE_1705585002

ଅଯୋଧ୍ୟା : ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରର ପ୍ରତିଷ୍ଠା ହେବ। ତେବେ ତା’ ପୂର୍ବରୁ ଏହାକୁ ବିରୋଧ କରି ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଗାଜିଆବାଦର ଜଣେ ବ୍ୟକ୍ତି ଏହି ପିଟିସନ୍ ଦାଖଲ କରିଛନ୍ତି।
ଆବେଦନକାରୀ କହିଛନ୍ତି ଯେ ହିନ୍ଦୁ ପରମ୍ପରା ବିରୋଧରେ ଯାଇ ରାମ ମନ୍ଦିର ପ୍ରତିଷ୍ଠା କରାଯାଉଛି। ସେ ଯୁକ୍ତି ଦର୍ଶାଇଛନ୍ତି ଯେ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପୌଷ ମାସରେ କୌଣସି ଧାର୍ମିକ ଉତ୍ସବ କରାଯିବା ଉଚିତ ନୁହେଁ।
ସେ ଆହୁରି କହିଛନ୍ତି, ମନ୍ଦିରଟି ଏବେ ନିର୍ମାଣାଧୀନ ଅବସ୍ଥାରେ ରହିଛି। ଆଉ ଏଭଳି ସ୍ଥିତିରେ ଠାକୁରଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯାଇପାରିବ ନାହିଁ। ୪ ଜଣ ଯାକ ଶଙ୍କରାଚାର୍ଯ୍ୟ ମଧ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବିରୋଧ କରିଛନ୍ତି।
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ୭ ହଜାରରୁ ଅଧିକ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
୨୨ରେ ପ୍ରତିଷ୍ଠା ଉତ୍ସବ ଥିବା ବେଳେ ଗତ ୧୨ ତାରିଖରୁ ରୀତିନୀତି ଅନୁସାରେ ଅନ୍ୟାନ୍ୟ ପୂଜା କାର୍ଯ୍ୟ ଜାରି ରହିଛି। ମନ୍ଦିରରେ ରାମ ଲଲାଙ୍କ ମୂର୍ତ୍ତି ପହଞ୍ଚି ସାରିଛନ୍ତି।

ad-week
Leave A Reply

Your email address will not be published.