ହ୍ରଦରେ ବୁଡ଼ିଗଲା ଡଙ୍ଗା, ୬ ଛାତ୍ରଛାତ୍ରୀ ମୃତ…

add-all

Lake_1705581714 (1)

ବଡ଼ୋଦରା : ଏକ ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟର ବଡ଼ୋଦରାରେ ଏହି ଦୁର୍ଘଟଣା ଘଟିଛି।
ଡଙ୍ଗାଟିରେ ୨୭ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ନ୍ୟୁ ସନ୍‌ରାଇଜ ନାମକ ଏକ ଘରୋଇ ସ୍କୁଲରେ ପଢ଼ନ୍ତି। ସ୍କୁଲ୍‌ ପକ୍ଷରୁ ସେମାନଙ୍କୁ ପିକ୍‌ନିକ୍‌ରେ ସେଠାକୁ ନିଆଯାଇଥିଲା। ତେବେ ଡଙ୍ଗାରେ ବସିଥିବା ବେଳେ ସେମାନେ କେହି ବି ଲାଇଫ୍ ଜ୍ୟାକେଟ୍ ପିନ୍ଧି ନଥିଲେ। ଖବର ଲେଖାଯିବା ବେଳକୁ ହ୍ରଦରେ ସର୍ଚ୍ଚ ଅପରେସନ ଜାରି ରହିଥିଲା।
ଗୁଜରାଟ ଶିକ୍ଷା ମନ୍ତ୍ରୀ କୁବେର ଡିଣ୍ଡୋର କହିଛନ୍ତି, ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଓ ଦମକଳ ବାହିନୀ ମିଳିତ ଭାବେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ବଡ଼ୋଦରା ଜିଲ୍ଲାପାଳ କହିଛନ୍ତି ଏବି ଗୋର କହିଛନ୍ତି ଯେ ଡଙ୍ଗାରେ ୨୭ ଜଣ ଛାତ୍ରଛାତ୍ରୀ ବସିଥିଲେ। ଏକ ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟର ବଡ଼ୋଦରାରେ ଏହି ଦୁର୍ଘଟଣା ଘଟିଛି।
ଡଙ୍ଗାଟିରେ ୨୭ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ନ୍ୟୁ ସନ୍‌ରାଇଜ ନାମକ ଏକ ଘରୋଇ ସ୍କୁଲରେ ପଢ଼ନ୍ତି। ସ୍କୁଲ୍‌ ପକ୍ଷରୁ ସେମାନଙ୍କୁ ପିକ୍‌ନିକ୍‌ରେ ସେଠାକୁ ନିଆଯାଇଥିଲା। ତେବେ ଡଙ୍ଗାରେ ବସିଥିବା ବେଳେ ସେମାନେ କେହି ବି ଲାଇଫ୍ ଜ୍ୟାକେଟ୍ ପିନ୍ଧି ନଥିଲେ।

ad-week
Leave A Reply

Your email address will not be published.