ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କଲା ରାଜ୍ୟ ବିଜେପି…

add-all

BJP_1701668062

ଭୁବନେଶ୍ବର : ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଆଜି ଘୋଷଣା କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ସେମାନଙ୍କ ନାମ ଘୋଷଣା କରାଯାଇଛି।
ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଯୁବ ମୋର୍ଚ୍ଚା ପ୍ରଭାରୀ କରାଯାଇଥିବା ବେଳେ ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଓବିସି ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ କୃଷକ ମୋର୍ଚ୍ଚା ପ୍ରଭାରୀ ହୋଇଛନ୍ତି ରାଜ୍ୟ ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର।
ଅନୁସୁଚିତ ଜାତି (ଏସ୍‌ସି) ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ସଂପାଦକ ମେଶ ସାହୁ ଓ ଅନୁସୁଚିତ ଜନଜାତି (ଏସ୍‌ଟି) ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ପ୍ରେସ୍‌ ରିଲିଜ୍ ମାଧ୍ୟମରେ ଦଳ ଜଣାଇଛି।

ad-week
Leave A Reply

Your email address will not be published.