ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ: ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

add-all

court-generic

କଟକ :  ଜଣେ ୬ ବର୍ଷ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ନିର୍ଯାତନା ମାମଲାର ବିଚାର କରି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଗୁରୁବାର ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ତଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଖାନନଗର ଅଞ୍ଚଳର ଚିନ୍ତାମଣି ନାୟକ। ଏପରିକି ଅଦାଲତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିସହ ପୀଡ଼ିତ ନାବାଳକଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ଅଦାଲତ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀ ଅନୁସାରେ, ଘଟଣାଟି ୨୦୧୯ ସେପ୍ଟେମ୍ବର ୨ ତାରିଖ ଗଣେଶ ପୂଜା ଦିନ ଘଟିଥିଲା। ସେଦିନ ଅପରାହ୍ନରେ ଖାନନଗର ଅଞ୍ଚଳରେ ପୀଡ଼ିତ ନାବାଳକ ଜଣକ ଖେଳୁଥିଲେ। ଅଭିଯୁକ୍ତ ଚିନ୍ତାମଣି ନାବାଳକଙ୍କୁ ଚକୋଲେଟଟ୍‌ ଖାଇବାର ଲୋଭ ଦେଖାଇ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ। ସେଠାରେ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ନାବାଳକ ଜଣକ ଘରକୁ ଆସି ମା’ଙ୍କୁ ଘଟଣା ସଂକ୍ରାନ୍ତରେ କହିଥିଲେ। ଏନେଇ ନାବାଳକଙ୍କ ମା’ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଧୁପାଟଣା ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ କିଛି ଦିନ ଜେଲରେ ରହିବା ପରେ ଜାମିନ୍‌ରେ ଆସିଥିଲେ। ପୋଲିସ ଅଦାଲତରେ ଚାର୍ଜସିଟ ଦାଖଲ କରିବା ପରେ ମାମଲାର ବିଚାର ହୋଇଥିଲା। ଅଦାଲତ ୧୨ଜଣ ସାକ୍ଷୀ ଓ ୧୨ଟି ଡକ୍ୟୁମେଣ୍ଟ ଆଧାରରେ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି। ସରକାରୀ ଓକିଲ ବିଶ୍ୱଜିତ୍‌ ରାୟ ମାମଲା ପରିଚାଳନା କରୁଥିଲେ।

ad-week
Leave A Reply

Your email address will not be published.