ବିଶିଷ୍ଟ ରେଳ ସେବା ପୁରସ୍କାର; ଇଷ୍ଟକୋଷ୍ଟ ପକ୍ଷରୁ ୪୬ ରେଳ କର୍ମଚାରୀ ସମ୍ମାନିତ

IMAGE_1705548948

ଭୁବନେଶ୍ବର : ବିଶିଷ୍ଟ ରେଳ ସେବା ପୁରସ୍କାର ପ୍ରଦାନ କରାଯାଇଛି। ଇଷ୍ଟ କୋଷ୍ଟ ରେଳବାଇ ଅଡିଟୋରୀୟମ ଠାରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ନିଜ କର୍ତ୍ତବ୍ୟରେ ଉତ୍ସର୍ଗୀକୃତ ମନୋଭାବ ପାଇଁ ୪୬ ଜଣ ରେଳ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି।
ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳକୁ ସାମଗ୍ରିକ ଦକ୍ଷତା ଶୀଲଡ଼ ଶ୍ରେଷ୍ଠ ପରିଚ୍ଛନ୍ନତା କ୍ଷେତ୍ରରେ ବଡ଼ ଷ୍ଟେସନ ମଧ୍ୟରେ ଶ୍ରୀକାକୁଲମ୍ ରୋଡ୍ ଷ୍ଟେସନ୍ ଏବଂ ଛୋଟ ଷ୍ଟେସନ ମଧ୍ୟରେ ବରଗଡ ରୋଡ୍ ଷ୍ଟେସନ୍ ପୁରସ୍କୃତ ହୋଇଛି।
ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିବା ସହିତ ନିଷ୍ଠାପର ସେବା ଓ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.