ରାତିରେ ବୁଲିପାରିବେ ଚନ୍ଦକା ଅଭୟାରଣ୍ୟ, ଆରମ୍ଭ ହେବାକୁ ଯାଉଛି ‘ନାଇଟ ନକଚରାଲ ଟ୍ରେଲ’

saflawejrl

ଭୁବନେଶ୍ବର: ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ। ଭରତପୁର ସଫାରୀରେ ଆରମ୍ଭ ହେବ ନାଇଟ ନକଚରାଲ ଟ୍ରେଲ। ଜାନୁଆରୀ ୨୯ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।

ସେ କହିଛନ୍ତି, ଚନ୍ଦକା-କମପଡ଼ା ଅଭୟାରଣ୍ୟର ଭରତପୁର ପାର୍ଶ୍ୱରେ ନାଇଟ ନକଚରାଲ ଟ୍ରେଲ ଆରମ୍ଭ ହେବ। ଯେଉଁମାନେ ଦିନରେ ସମୟ ପାଉନାହାନ୍ତି, ସେମାନେ ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବାର ସୁଯୋଗ ପାଇପାରିବେ। ଏହାଯୋଗୁଁ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାରମାନେ ଅଧିକ ଉପକୃତ ହେବେ। ଏଠାରେ ଲୋକମାନେ ହରିଣ, ବାରହା ଓ ହାତୀ ସମେତ ରାତ୍ରିଚର ପ୍ରାଣୀମାନଙ୍କୁ ଦେଖିପାରିବେ ଓ ସେମାନଙ୍କ ସମ୍ପର୍କରେ ଜାଣିପାରିବେ। ଆଗକୁ ଆମେ ତପ୍ତପାଣିରୁ କିଛି ସମ୍ବର ଏଠାକୁ ଆଣିବୁ।

ବନ୍ୟପ୍ରାଣୀ ପିସିସିଏଫ୍ ଶ୍ରୀ ନନ୍ଦ କହିଛନ୍ତି, ଭରତପୁର ଓ ଗୋଡ଼ିବାରି ଗେଟ୍‌ରୁ ପ୍ରତିଦିନ ଦିନ ବେଳା ସଫାରୀ ହେଉଛି। ପ୍ରତି ଘଣ୍ଟାରେ ସଫାରୀ ଗାଡ଼ି ବାହାରୁଛି। ଏଣିକି ଭରତପୁର ପାର୍ଶ୍ୱରୁ ସନ୍ଧ୍ୟାରେ ପ୍ରତି ଘଣ୍ଟାରେ ଦୁଇଟି ଲେଖାଏଁ ଗାଡ଼ି ବାହାରିବେ। ପର୍ଯ୍ୟଟକମାନେ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସଫାରୀର ମଜା ନେଇପାରିବେ। ରାତି ସାଢ଼େ ୯ଟାରୁ ସଫାରୀ ବନ୍ଦ ରହିବ। ରାତି ସାଢ଼େ ୯ଟାରୁ ସକାଳ ସାଢ଼େ ୯ଟା ଯାଏଁ ସଫାରୀ ବନ୍ଦ ରହିବ।

ad-week
Leave A Reply

Your email address will not be published.